ଉତ୍କଳ ପ୍ରାନ୍ତୀୟ ମଧ୍ୟଦେଶୀୟ ସମାଜର ସାଧାରଣ ବୈଠକ
କଟକ : ଉତ୍କଳ ପ୍ରାନ୍ତୀୟ ମଧ୍ୟ ଦେଶୀୟ ସମାଜ ପକ୍ଷରୁ କଲେଜଛକ ସ୍ଥିତ ପିଲିଗ୍ରୀମ ରୋଡ ଠାରେ ଥିବା ଷୋଳପୁଅ ମା’ ମନ୍ଦିର ପରିସରରେ ଅଧ୍ୟକ୍ଷ ରାମଲାଲ ରାମଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମାଜ ଅଧିନରେ ପିଲିଗ୍ରୀମ ରୋଡରେ ଥିବା ଷୋଳ ପୁଅ ମା’ ମନ୍ଦିର ଏବଂ ଷ୍ଟେସନ ବଜାର ଠାରେ ଥିବା ରାମ ମନ୍ଦିରର ତଦାରଖ କରାଯିବା ସହ ରାମ ମନ୍ଦିରର ପୁନରୁଦ୍ଧାର କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ କୁମାର ଠାକୁର, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ରାମ, ଉପସଭାପତି ବିଜୟ ଲାଲ ରାମ, ମୁକେଶ କୁମାର ସାଓ, ଗୋବିନ୍ଦ ସାଓ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ରାମ, କାର୍ଯ୍ୟକାରୀ ସମ୍ପାଦକ ରଘୁନାଥ ରାମ, କୋଷାଧ୍ୟକ୍ଷ ଅଶୋକ କୁମାର ଗୁପ୍ତା, ସଦସ୍ୟ ଅମରନାଥ ଗୁପ୍ତା, ବୁଦ୍ଧେଶ୍ୱର ଯାଦବ, କୌଶଲ କୁମାର ଗୁପ୍ତା, ରବିନ୍ଦ୍ର ସାଓ, କେଦାରନାଥ ସାହୁ, କାର୍ତିକ ପ୍ରସାଦ, ଅଶୋକ କୁମାର ରାମ, ସନ୍ତୋଷ କୁମାର ଗୁପ୍ତା, ଅଶୋକ ପ୍ରସାଦ ରାମ, ସୁରେଶ କୁମାର ଗୁପ୍ତା, ନିରଞ୍ଜନ ପ୍ରସାଦ ରାମଙ୍କ ସମେତ ଉତ୍କଳ ପ୍ରାନ୍ତୀୟ ମଧ୍ୟ ଦେଶୀୟ ଯୁବକ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ ।
