ଔପଦାରେ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ବୈଠକ
ଔପଦା : ବାଲେଶ୍ୱର ଜିଲାର ଦେବଗିରି ପାହାଡ଼ ପର୍ବତ ମାଳା ପାଦ ଦେଶରେ ଥିବା ଔପଦା ବ୍ଲକ ଅଞ୍ଚଳରେ ଦୁଇଟି ମହୋତ୍ସବ ଅତିକ୍ରମ ପରେ ଅଂଚଳର କଳା, ସଂସ୍କୃତି ପରମ୍ପରାକୁ ନେଇ ଆଞ୍ଚଳିକ କଳା ପରିଷଦ ଔପଦା ଗଠନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଗେଟେଶ୍ୱର ସଂସ୍କୃତ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।
ବୈଠକରେ ସର୍ବ ସମ୍ମତି କ୍ରମେ ଆଞ୍ଚଳିକ କଳା ପରିଷଦର ସଭାପତି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ପଦରେ ସମାଜସେବୀ ରାମେଶ୍ୱର ଦାଶ କୁ ମନୋନୀତ କରାଯାଇଛି । ବୈଠକ ରେ ଔପଦା ଅଞ୍ଚଳର କଳା, ସଂସ୍କୃତି, ଐତିହ ଓ ପରମ୍ପରା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇ ଏହାକୁ ବଜାଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ରେ ସଭାପତି ଓ ସମ୍ପାଦକଙ୍କ ସମେତ ସମାଜସେବୀ ଅନ୍ତର୍ୟାମି ନାୟକ,ମହେନ୍ଦ୍ର ନାଥ ତ୍ରିପାଠୀ, ରମାକାନ୍ତ ମହାପାତ୍ର, ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ପଣ୍ଡିତ ଗଣେଶ୍ୱର ସାହୁ, ଆଇନଯିବି ସୁକାନ୍ତ କୁମାର ନାୟକ,ଅନନ୍ତ ପ୍ରସାଦ ପଣ୍ଡା, ଅଜୟ କୁମାର ପଟନାୟକ, ଚିତ୍ତରଞ୍ଜନ ବେହେରା, ଅରୁଣ କୁମାର ପଟନାୟକ, ଶ୍ରୀଧର ନାୟକ, ମାନସ କୁମାର ମୁଦୁଲି, ଶଶି କାନ୍ତ ରାଉତ, ଶ୍ରୀଧର ଘୋଡ଼ା, ଶ୍ରୀଧର ମଣ୍ଡଳ, ମନମୋହନ ପୃଷ୍ଟି, ଭକ୍ତକାନ୍ତ ବେହେରା, ବନମାଳୀ ସେଠି, ଦୀପକ କୁମାର ରାଉଳ, ଉମାକାନ୍ତ ଗିରି ଓ ସନାତନ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
