ନାଇକୁଡ଼ିରେ ଭାଜପାର କର୍ମୀ ସମାବେଶ
ଲଙ୍ଗଳେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ନାଇକୁଡ଼ି ପଞ୍ଚାୟତ ଅନ୍ତର୍ଗତ ନାଇକୁଡ଼ି ଠାରେ ଭାଜପାର କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି । ସମାଜସେବୀ ଖଗେନ୍ଦ୍ର ନାୟକଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ଆସନ୍ତା ୨୦୨୪ ନିର୍ବାଚନରେ ଭାଜପାର ପଦାଧିକାରୀ ବରିଷ୍ଠ କର୍ମୀମାନଙ୍କ ସହଯୋଗରେ ସମସ୍ତ ଭୋଟରଙ୍କୁ ଏକଜୁଟ୍ କରାଇ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସାଧାରଣ ଲୋକଙ୍କ ଘରେ ଘରେ ପହଞ୍ଚାଇ ମୋଦୀଙ୍କ ହାତକୁ ଟାଣ କରିବା ସମ୍ପର୍କରେ ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ମାଧ୍ୟମରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ବସ୍ତା ଏମ୍ପି ପ୍ରତିନିଧି ପ୍ରଦୀପ ପଣ୍ଡା, ବାଲିଆପାଳ ଏମ୍ପି ପ୍ରତିନିଧି ମହେଶ୍ୱର ଜେନା, ବିକାଶ ଗିରି, ଶୋଭନା ମହାନ୍ତି, ଅଜୟ ସାହୁ, ନବକୃଷ୍ଣ ଦାସ, ରବିନ୍ଦ୍ର ଜୈନ, ମାଳତୀ ନାୟକ, ସୂର୍ଯ୍ୟ ନାରାୟଣ ସାହୁ, ରାଧା ପଙ୍କଜ ମଣ୍ଡଳ, କଇନଗରୀ ସରପଞ୍ଚ ରାଧା ବଲ୍ଲଭ ମଣ୍ଡଳ, ସାଉଡ଼ି ସରପଞ୍ଚ ଧରଣୀଧର ମଲ୍ଲିକ, ଜଗବନ୍ଧୁ ମଲ୍ଲିକ, ରାମଚନ୍ଦ୍ର ସାନ୍ତରା, କାର୍ତ୍ତିକ ଚନ୍ଦ୍ର ପାତ୍ର, ରତ୍ନାକର ଜେନା, କମଳାକାନ୍ତ ଦାସ, ସଞ୍ଜୟ ଜେନା, ବିଜୟ ସାମନ୍ତ, ବସ୍ତ ମିଡ଼ିଆ ସଂଯୋଜକ ଦିବାକର ରାଉତ, ମନ୍ମଥ ଜେନା, କୃଷ୍ଣ ଚନ୍ଦ୍ର ପାତ୍ର, ବିଶ୍ୱନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
