ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଟିଲାଗଡ : ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ କୁଆର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ କଳ୍ପନାମୟୀ ଷଡ଼ଙ୍ଗୀ (୨୫) । ତେବେ କଳ୍ପନାଙ୍କ ଶ୍ବଶୁର ଘର ଲୋକେ କଳ୍ପନା ଆତ୍ମହତ୍ୟା କରିଥିବାର କହୁଥିବା ବେଳେ ବାପଘର ଲୋକ ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୨୦୧୮ ମସିହା ଏପ୍ରିଲ ମାସରେ କଳ୍ପନା ସଚ୍ଚିକାନ୍ତ ତ୍ରିପାଠୀଙ୍କ ପୁତ୍ର ଶୁଭ୍ରାଂଶୁ ତ୍ରିପାଠୀଙ୍କୁ ବିବାହ କରିଥିଲେ । ବିବାହ ଦିନଠାରୁ ଶୁଭ୍ରାଂଶୁ ଓ ତାଙ୍କ ପରିବାର ଲୋକେ ବିଭିନ୍ନ ସମୟରେ କଳ୍ପନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ଯୌତକ ନିର୍ଯାତନା ଦେଇଆସୁଥିଲେ । ପୂର୍ବରୁ ମଧ୍ୟ ୨୦୨୦ ମସିହାରେ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ପରିବାର ଲୋକେ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାସ୍ଥଳରେ ସଇଁନ୍ତଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଅଧିକ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବ ।
