ସର୍ବପୁରାତନ ବୃକ୍ଷଂକୁ ମିଳୁନି ସୁରକ୍ଷା, ବିଭିନ୍ନ ମହଲରେ ଉଦବେଗ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଘୁଡିପଡା ପଞ୍ଚାୟତର ମର୍ଦାବାଡ଼ି ନିକଟସ୍ଥ ବୃତ୍ତଙ୍ଗ ନଦୀ ସନ୍ନିକଟ ଦିନକୁଦିନ ସବୁଜିମା ହରାଇବାରେ ଲାଗିଛି l ଡିସେମ୍ବର ୧୭ ତାରିଖରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରୁ ସୂଚନା ପାଇଁ ଗଣିଆ ବନାଞ୍ଚଳ ଅଧିକାରୀ ଉକ୍ତ ସ୍ଥାନରୁ କଟା ଯାଇଥିବା ଏକ ପୁରାତନ ବିଶାଳ ଶାଳ ଗଛକୁ ଜବତ କରିଥିଲେ l କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ଯ ବିଭାଗ ପ୍ରତିଶୃତି ଦେଇଥିଲା ହେଲେ ହେଁ ସେ ପ୍ରତିଶ୍ରୁତି ର ଫଳ କଣ ହେଲା ତାହା ଅଦ୍ୟାବଧି ରହସ୍ୟ ଘେରରେ ରହିଛି l ଅନ୍ୟ ପକ୍ଷରେ ଏବେ ସେ ସ୍ଥାନରୁ ଗଛ କଟା ଜାରୀ ରହିଛି l ଆଉ କିଛି ଦିନ ପରେ ସବୁଜିମା ଭରା ସେ ସ୍ଥାନ ଶ୍ରୀହୀନ ହୋଇ ପଡିବା ଭଳି ମନେ ହେଲାଣି l ଏତେ ସବୁ ପରେ ମଧ୍ୟ ବନ ବିଭାଗର ଅହେତୁକ ନୀରବତା ବିଭାଗର କାର୍ଯ୍ୟକୁ ସନ୍ଦେହ ଘେରକୁ ଟାଣି ନେଲାଣି l ଏସମ୍ବନ୍ଧରେ ବିଭାଗୀୟ ବନପାଳ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ l ବିଭାଗୀୟ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ବିଭିନ୍ନ ମହଲ ରେ ମତ ପ୍ରକାଶ ପାଉଛି I
