ନୁତନ ସମିତି ଗଠନ ନେଇ ପଞ୍ଚାୟତବାସୀଙ୍କ ଆଲୋଚନା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଏକ ନୁତନ ସେବା ସମବାୟ ସମିତି ଗଠନ ସମ୍ପର୍କରେ ଘୋଷଣା ପରେ ଏଥି ନିମିତ୍ତ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇ ଯାଇଛି । ସରପଞ୍ଚ ବନିତା ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ ।ପୁର୍ବରୁ ଏହି ପଞ୍ଚାୟତ ବାସୀ ୪କିମି ଦୁର କୁରୁଣ୍ଟା ସେବା ସମବାୟ ସମିତି ଉପରେ ନିର୍ଭର କରୁଥିବା ବେଳେ ନୁତନ ସମିତି ଗଠନ ହେଲେ ୨ହଜାର ଚାଷୀ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ଉକ୍ତ ବୈଠକରେ ସମିତି ସଭ୍ୟା ବାସନ୍ତି ମହାନ୍ତି,ବିଶ୍ୱଭୁଷଣ ପ୍ରଧାନ,ରବିନ୍ଦ୍ର ମହାନ୍ତି,ଅଭିମନ୍ୟୁ ରାଉଳ,କାଶୀନାଥ ମୁଦୁଲୀ,ବିଭୁତି ପତି ଓ ସୁଧାଂଶୁ ଶେଖର ମହଲା ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
