ବିଭିନ୍ନ ଦାବି ନେଇ ଜିଲା ବାୟୁସେନା ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ବାୟୁସେନା ସଂଘ ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ସୋମବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ୱାନ ରେଙ୍କ୍ ୱାନ୍ ପେନସନ-୨ ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ବିସଙ୍ଗତି ଥିବା ଯୋଗୁଁ ସଂଘ ପକ୍ଷରୁ ବିରୋଧ କରାଯାଇଛି । ସେହିଭଳି ସମସ୍ତ ଯବାନଙ୍କୁ ସମାନ ଏମ୍ଏସ୍ପି ଅର୍ଥାତ୍ ମିଲିଟାରୀ ସର୍ଭିସ୍ ପେ, ସମାନ ଶାରୀରିକ ଅକ୍ଷମତା ପେନସନ ଦାବୀ, ସମସ୍ତ ସହିଦ ପତ୍ନୀ ବା ବୀର ନାରୀଙ୍କୁ ସମାନ ପେନସନ ପ୍ରଦାନ କରିବାକୁ ଦାବୀ ହୋଇଥିଲା । ସେନାନିବୃତ ବଡ଼ ପଦବୀରେ ଥିବା ଅଫିସରମାନଙ୍କୁ ଅଧିକ ଆର୍ôଥକ ସୁବିଧା ରହିଥିବା ବେଳେ କମ୍ ପଦ ପଦବୀରେ ଥିବା କର୍ମଚାରୀମାନଙ୍କୁ କମ୍ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି । ତେବେ ସଦ୍ୟ ପ୍ରକାଶ ପାଇଥିବା ପେନସନ ସମ୍ପର୍କରେ ବିଜ୍ଞପ୍ତି ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବାୟୁସେନା ସଂଘର ସଭାପତି ଶିବଦାସ କୁଣ୍ଡୁଙ୍କ ନେତୃତ୍ୱରେ ଉପ-ସଭାପତି ଗୋପୀନାଥ ଦାସ, ସମ୍ପାଦକ ମହେଶ୍ୱର ବେହେରା, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଜିଲା ସଂଯୋଗ ପରମେଶ୍ୱର ବେହେରା ପ୍ରମୁଖ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
