ବାଲିଆପାଳ ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ଉଦଯାପିତ
ବାଲିଆପାଳ : ଗତ ୨୧ ତାରିଖ ଠାରୁ ବାଲିଆପାଳ ନେତାଜୀ ଷ୍ଟାଡିୟମଠାରେ ଚାଲିଥିବା ବାଲିଆପାଳ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ବର୍ଣ୍ଣିମ ସୁବର୍ଣ୍ଣରେଖା ଉତ୍ସବ ଉଦଯାପିତ ହୋଇଯାଇଛି।ଉତ୍ସବ କମିଟିର ଆବାହକ ଯୁବ ସମାଜସେବୀ ସତ୍ୟକାମ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଜୁ ମହିଳା ଦଳ ରାଜ୍ୟ କାର୍ଯ୍ୟକାରି ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦକ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଉତ୍ସବ ହେଉ କି ମହୋତ୍ସବ ସବୁଠି ନିଷ୍ଠା ଓ ନିଃସ୍ୱାର୍ଥପରତା ରହିବା ଦରକାର।ସମସ୍ତେ ଦଳ ମତ ନିର୍ବିଶେଷରେ ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିବା ଆବଶ୍ୟକତା ରହିଛି।ଅଞ୍ଚଳର ବିକାଶ ହେଲେ ବେକାରୀ ବେରୋଜଗାରୀ ହଟିବ ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟିବ।ବାଲିଆପାଳ ବିକାଶ ପରିଷଦ ବାଲିଆପାଳ ଅଞ୍ଚଳର ବିକାଶର ମାଧ୍ୟମରେ ହେଉ ବୁଲି ସେ କହିଥିଲେ।ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଆଇପିଏସ ଗୋପବନ୍ଧୁ ମଲ୍ଲିକ ଯୋଗଦେଇ ଉତ୍ସବ ଅଞ୍ଚଳର ଜ୍ଞାନ ଗାରିମାକୁ ବଢ଼ାଇଥାଏ।ଭାଇଚାର ଓ ମଣିଷର ଅଭୁଲା ସ୍ମୃତିକୁ ମନେ ପକାଇ ନୂଆ ଆଶା ଓ ଉଦ୍ଦୀପନାକୁ ଜାଗ୍ରତ କରିଥାଏ ବୁଲି ନିଜ ବକ୍ତବ୍ୟ ରେ କହିଥିଲେ।ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା ଓ ସମାଜସେବୀ ପ୍ରଦୀପ ବିଶ୍ୱାଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉତ୍ସବ କମିଟିର ସଦସ୍ୟ ପ୍ରଫୁଲ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ବାଲିଆପାଳ ବିକାଶ ପରିଷଦର ସଭାପତି ଅଧ୍ୟାପକ ଡ଼ଃ ସୁଶାନ୍ତ ଦାସ ଓ ସମ୍ପାଦକ ପ୍ରତାପ ପାତ୍ର ମଞ୍ଚାସିନ ଥିବା ବେଳେ ଜଗବନ୍ଧୁ ଜେନା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ।ଉତ୍ସବରେ ବିଭିନ୍ନ ଦିବସରେ ଅନୁଷ୍ଠିତ ଭିନ୍ନ ଭିନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭା ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟିର ସଦସ୍ୟ ମନୋଜ କୁମାର ଜେନା,ବିକ୍ରମ ରାଉତ,ଭକ୍ତରଞ୍ଜନ କର,ବିକ୍ରମ ଦେ, ରାମଚନ୍ଦ୍ର ରାଉତ,ରବୀନ୍ଦ୍ର ନାଥ କାମିଳା,ହରିହର ପ୍ରଧାନ,ରାଧାକୃଷ୍ଣ ଦାସ ମହାପାତ୍ର,କୁମାରକୃଷ୍ଣ ଦାସ,ମିଡିଆ ସଂଯୋଜକ ପ୍ରଦୀପ କୁମାର ଜେନାଙ୍କ ସହିତ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରାଇଥିଲେ।
