ଆରଡବ୍ଲ୍ୟୁଏସଏସ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କଟକ : କଟକ ଜିଲ୍ଲାର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ପରେ ପରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରି ଆରଡବ୍ଲ୍ୟୁଏସ୍ଏସ୍ର ସର୍ବୋଚ୍ଚ ଯନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିବା ଇଂ ହାଡିବନ୍ଧୁ ବେହେରା ଗତକାଲି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆରଡବ୍ଲ୍ୟୁଏସଏସ କାର୍ଯ୍ୟାଳୟରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ବେହେରା ଆରଡବ୍ଲ୍ୟୁଏସଏସ ମୁଖ୍ୟ ଯନ୍ତ୍ରୀ-୨ର ପ୍ରମୋଦ କୁମାର ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ନବରଙ୍ଗପୁର ଅଂଚଳର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀମାନେ ଉପସ୍ଥିତ ରହି ଇଂ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରଡବ୍ଲ୍ୟୁଏସଏସର ନିର୍ଦ୍ଦେଶକ ବି ପରମେଶ୍ୱର, କଟକର ଅଧୀକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ, ଆଠଗଡର କାଳିଚରଣ ବେହେରା, ଭଦ୍ରକର ସୁବାସ ଚନ୍ଦ୍ର ପଣ୍ଡା, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର, ପୁରୀର ଅଭିମନ୍ୟୁ ବାରିକ, ନବରଙ୍ଗପୁରର ସୁକାନ୍ତ କୁମାର ସେଠୀ, ଫୁଲବାଣୀର ଅଜିତ କୁମାର ବେହେରା, ଗୈାରୀଶଙ୍କର ମିଶ୍ର, ଜୟନାରାୟଣ ସିପ୍, ବଳରାମ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ସର୍ବୋଚ୍ଚ ଯନ୍ତ୍ରୀଙ୍କର କାର୍ଯ୍ୟଧାରାକୁ ବେଶ ପ୍ରଶଂସା କରିଥିଲେ ।
