ଓଡିଶା ଦିବସ ଅବସରରେ ନିମଚାରା ରୋପଣ
ବାରିପଦା : ପବିତ୍ର ଓଡିଶା ଦିବସ ଅବସରରେ ସ୍ଥାନୀୟ ଶବରସାହି ସ୍ଥିତ ସାଇବାବାଙ୍କ ମନ୍ଦିର ନିକଟରେ ବଳଙ୍ଗ ନଦୀ କୂଳରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ପରିବାର ତରଫରୁ ୧୦ ଟି ନିମ ଚାରା ରୋପଣ କରାଯାଇଛି ଓ ପରିବାରର ସଦସ୍ୟ ବିମ୍ବାଧର ସାହୁ, ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ସର୍ଦ୍ଦାର ହରିଚରଣ ସିଂହ, ମାନୀ ଗିରି, ରିତାଞ୍ଜଳୀ ବେହେରା, ରଣଜିତ ଦାସ, ବିଜୟଲକ୍ଷ୍ମୀ ନାୟକ, ଶୁଭସ୍ମିତା ବେହେରା, ବିନୋଦ ଲୋହାର ଓ ଅଜିତ କୁମାର କବାଟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I
