ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡ଼ା ଉତ୍ସବ
ଔପଦା : ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ପଣ୍ଡୁଆ ରାଜସ୍ୱ ଗ୍ରାମର ପାହାଡ଼ ପାଦଦେଶରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ପାଳନ କରାଯାଇଛି । ଉତ୍ସବରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପବିତ୍ର ଉତ୍କଳ ଦିବସରେ ଏହି ଶିକ୍ଷା କେନ୍ଦ୍ରରେ ଉତ୍ସବ ପାଳନ କରାଯାଉଥିବାରୁ ସାଧୁବାଦ ଦେଇ ଶ୍ରୀ ଅରବିନ୍ଦ ରାଷ୍ଟ୍ର ନିର୍ମାଣର ପ୍ରମୁଖ ବିନ୍ଧାଣୀ ଥିଲେ । ସେ ଆଧ୍ୟାତ୍ମିକ ଚେତନାର ଶିଖରରେ ଥିବାରୁ ନୀରବତା ତାଙ୍କର ମନ୍ତ୍ର ଥିଲା, ଶ୍ରୀ ଅରବିନ୍ଦଙ୍କ ଆଶ୍ରମ ପଣ୍ଡିଚେରୀରେ ଥିବା ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ସେବକ ମାନସିକରେ କାର୍ଯ୍ୟ କରୁଥିବାରୁ ସେଠାକାର ପବିତ୍ରତା ନିଆରା ବୋଲି ଧରାଯାଏ । ସେ ବୈଦ୍ଧିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ନାମରେ ଏହି ଶିକ୍ଷା କେନ୍ଦ୍ର ହୋଇଥିବାରୁ ଏହାର ସ୍ୱଛତା ବଜାୟ ରଖିବା ପାଇଁ ପରାମର୍ଶ ଦେଇ ଓଡ଼ିଶାର ସେବା ଓ ଆଦର୍ଶରେ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗଦେଇ ପାହାଡ଼ର ମନୋରମ ପରିବେଶରେ ଏହି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବାରୁ ଏହାର ନିର୍ମାତାଙ୍କୁ ସାଧୁବାଦ ଦେଇ ଉତ୍ତରୋତ୍ତର କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ମହେନ୍ଦ୍ର ପ୍ରସାଦ ବାରିକ, ଶିକ୍ଷା କେନ୍ଦ୍ରର ସଭାପତି ବଳରାମ କର ମଞ୍ଚାସୀନ ଥିଲେ । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପରିଚାଳକ ସମ୍ପାଦକ ମହେନ୍ଦ୍ର ପ୍ରସାଦ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷା କେନ୍ଦ୍ରର ଗୁରୁଜୀ ବୀରେନ୍ଦ୍ର ଜେନା ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ସଭା କାର୍ଯ୍ୟ ପରେ କୁନିକୁନି ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଯୋଗୀତାରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଭିଭାବିକା ଅଭିଭାବକ, ସମସ୍ତ ଗୁରୁମାଗୁରୁଜୀ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।
