ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର ଛୁଇଁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
PM addresses on the UN World Geospatial International Congress, via video message on October 11, 2022.
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ୧୫,୯୨୦ କୋଟି ଟଙ୍କାରେ ପହଞ୍ଚି ଥିବାରୁ ପ୍ରଶଂସା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଘୋଷଣା ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଖୁବ ବଢିଆ! ଭାରତର ପ୍ରତିଭା ଓ ମେକ ଇନ ଇଣ୍ଡିଆ ପ୍ରତି ଉତ୍ସାହର ଦୃଢ ଅଭିବ୍ୟକ୍ତି । ଏ କ୍ଷେତ୍ରରେ ଗତ କିଛି ବର୍ଷ ହେଲା ଚାଲିଥିବା ସଂସ୍କାର ଭଲ ପରିଣାମ ଦେଇଥିବା ଏହା ଦର୍ଶାଉଛି । ଆମ ସରକାର ଭାରତକୁ ପ୍ରତିରକ୍ଷା ଉତ୍ପାଦନ ହବରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ସମର୍ଥନ ଜାରି ରଖିବ ।”
Excellent! A clear manifestation of India’s talent and the enthusiasm towards ‘Make in India.’ It also shows the reforms in this sector over the last few years are delivering good results. Our Government will keep supporting efforts to make India a defence production hub. https://t.co/AL3sLknFOL
— Narendra Modi (@narendramodi) April 1, 2023
