ବେଇଆଇ ୨ କରତକଳକୁ ଜବତ୍ କଲା ବନବିଭାଗ
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ବନବିଭାଗ ଅଧିନରେ କେତେକ ସ୍ଥାନରେ ବେଆଇନ୍ କରତକଳ ଚାଲୁଥିବାର ଖବର ପାଇ ଆଜି ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର ଓ ପଶ୍ଚିମବାର୍ଡ ପଂଚାୟତର କଣ୍ଟାପାଳରେ ଥିବା ୨ଟି ବେଆଇନ୍ କରତକଳକୁ ସିଜ କରି ତାର ଯନ୍ତ୍ରାଂଶକୁ ନେଇ ଯାଇଛନ୍ତି । ସେଠାରେ ଥିବା ମୂଲ୍ୟବାନ କାଠକୁ ମଧ୍ୟ ତବତ୍ କରାଯାଇଛି । ଏହି ଚଢାଉରେ ବନପାଳ ଦେବରାଜ ରାଉତ ଓ ଅନ୍ୟକେତେକ କର୍ମଚାରୀ ସାମିଲ ଥିଲେ ।
