ନୟାଗଡ : ଦଶପଲ୍ଲାର ଗାଁଠାରୁ ସହର ସର୍ବତ୍ର ବିଦ୍ୟାଳୟ ମାନକଂରେ ପବିତ୍ର ଉତ୍କଳ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ-ସକାଳୁ କୁନି-କୁନି ପିଲାମାନେ ଓ ଶିକ୍ଷକ-କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି ଉତ୍କଳର ବରପୁତ୍ର ମାନଂକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଇତ୍ଯବସରରେ ସଭାର ମଧ୍ଯ ଆୟୋଜନ କରାଯାଇଥିଲା। ବକ୍ତାମାନେ ସେମାନଙ୍କ ଅଭିଭାଷଣରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଗୌରବମୟ ଏୈତିହ୍ଯର ସ୍ମୁତିଚାରଣ କରିବା ସହିତ ସମ୍ରୁୁଦ୍ଧ ଓଡିଶା ଗଠନ ପାଇଁ ଶପଥ ନେଇଥିଲେ। ଦଶପଲ୍ଲା ର ଅଗ୍ରଣୀ ଅନୁଷ୍ଠାନ, ସୀତାରାମ ୟୁଥ କ୍ଲବ ଆନୁକୂଲ୍ୟରେ ମଧ୍ଯ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଛି। ପ୍ରଭାତରେ ଦଶପଲ୍ଲା ର ବହୁ ବୁଦ୍ଧିଜୀବୀ ଙ୍କ ସମାରୋହରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ସୁଭାଷ ବୋଷ, ରାମ ଚନ୍ଦ୍ର ମିଶ୍ର, ବିଜୁବାବୁ, ସ୍ୱାମୀ ବିବେକାନନ୍ଦ ଆଦି ଓଡ଼ିଶାର ବର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଉତ୍ସବର ଶୁଭାରମ୍ଭ ହୋଇଥିଲା। ତତପରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଅପରାହ୍ନରେ ରଘୁନାଥ ସାହୁ ଓ ସନ୍ତୋଷ ସାହୁଙ୍କ ତତ୍ୱାବଧାନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ବିଘନେଶ୍ୱର ବେହେରା, ପଞ୍ଚାନନ ବେହେରା ଓ ପୁଷ୍ପାଞ୍ଜଳି ଗୋଛି।ଓଡ଼ିଆଭାଷାର ଭବିଷ୍ୟତକୁ ନେଇ ମଧ୍ଯ ବିତର୍କ ହୋଇଥିଲା। ବିତର୍କ ରେ ସମାଜ ସେବୀ ପ୍ରଭାତ ସାହୁ, ପ୍ରଫୁଲ୍ଲ ମିଶ୍ର, ଶିକ୍ଷାବିତ ପୂର୍ଣମାସୀ ଦେବୀ, ବିଷ୍ଣୁ ନନ୍ଦ, ଛାତ୍ରୀ ଶ୍ରଦ୍ଧାଞ୍ଜଳି,ସାମ୍ବାଦିକ ଶିବରାମ ମହାପାତ୍ର ଯୋଗଦାନ କରିଥିଲେ।ସଂଯୋଜନା କରିଥିଲେ ହାଡ଼ିବନ୍ଧୁ ମହାଖୁଡ଼ । ସନ୍ଧ୍ଯାରେ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସଭାପତିତ୍ୱ କରିଥିଲେ ଉପଦେଷ୍ଟା ତ୍ରିନାଥ ସାହୁ।
Post Views: 26,347