ହନୁମାନ ମନ୍ଦିର ବାର୍ଷିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟ ସମାପନ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ହନୁମାନ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଓ ଦୁଇ ଦିନିଆ ଯଜ୍ଞ କାର୍ଯ୍ୟ ସମାପନ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀରାମ ନବମୀ ଠାରୁ ବାର୍ଷିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଦଶମୀରେ ପୂର୍ଣ୍ଣାହୁତି ପରେ ସମସ୍ତ କାର୍ଯ୍ୟ ସମାପନ ହୋଇଯାଇଛି । ନବମୀରେ ଶତାଧିକ ମହିଳା ମାନଙ୍କ ଦ୍ୱାରା ସୁବର୍ଣ୍ଣରେଖା ନଦୀରୁ କଳସ ଯାତ୍ରାରେ ପାଣି ଆଣି ଯଜ୍ଞ ବେଦିରେ ସ୍ଥାପିତ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା ସହିତ ବିଷ୍ଣୁ ଯଜ୍ଞ, ହନୁମାନଙ୍କର ଉପଚାର ପୁଜା, ହନୁମାନ ଚାଲିଶା, ବିଷ୍ଣୁ ସହସ୍ରନାମ ଓ ହନୁମାନଙ୍କର ସହସ୍ର ନାମରେ ଆହୁତି ପ୍ରଦାନ କରାଯାଇ ପୂର୍ଣ୍ଣାହୁତି ଦିଆଯାଇଥିଲା । ଦୁଇ ଦିନଧରି ଯଜ୍ଞ ନିମନ୍ତେ ଲୋକ ମାନେ କେଜି କେଜି ସ୍ୱଦେଶୀ ଘୃତ ଆହୁତି ପ୍ରଦାନ କରିଥିଲେ ।
ହନୁମାନ ମନ୍ଦିର ଦୈନିକ ପୂଜକ ପଣ୍ଡିତ ବାବୁରାମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଧନଞ୍ଜୟ ପଣ୍ଡା, ଅଜିତ ପଣ୍ଡା, ପ୍ରଭାକର ପଣ୍ଡା, ଝାଡ଼େଶ୍ୱର ରଥ, ସୁଶାନ୍ତ ମିଶ୍ର, ବିଶ୍ୱମ୍ବର ମହାପାତ୍ର ପ୍ରମୁଖ ପଣ୍ଡିତ ମାନେ ଯଜ୍ଞ କାର୍ଯ୍ୟ ତୁଲାଇ ଥିବା ବେଳେ ମନ୍ଦିର ପ୍ରତିଷ୍ଠାତା ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ମୃତ୍ୟଞ୍ଜୟ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଦୈତାରୀ ଗିରି, ଝାଡ଼େଶ୍ୱର ପ୍ରଧାନ, ଅଜୟ କୁମାର ସାହୁ, ପଦ୍ମଲୋଚନ ବାରିକ, ଅଜୟ କୁମାର ଦାସ, ବିଜୟ ସାହୁ, ପ୍ରମୋଦ ଭୂୟାଁ, ଗଣେଶ୍ୱର ବେହେରା, ଭୁବନ ମୋହନ ପିଳା, ପଞ୍ଚାନନ ଭୋଳ, ବରେନ୍ଦ୍ର ଘଡ଼ାଇ, ଗୋପାଳ ଚନ୍ଦ୍ର ସାହୁ, ଅଶୋକ ରାଉତ, ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ ଏବଂ ସମସ୍ତ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଓ ଅଞ୍ଚଳବାସୀଙ୍କ ପୂର୍ଣ୍ଣ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରରେ ସମାପନ ହୋଇଥିଲା । ଦୁଇ ବର୍ଷ ମାହାମାରୀ କରୋନା ପରେ ଚଳିତବର୍ଷ ବାର୍ଷିକ ଉତ୍ସବ ଓ ଯଜ୍ଞ କାର୍ଯ୍ୟରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।
