ଗ୍ରାମାଞ୍ଚଳରେ ମଦ ଲାଇସେନ୍ସ ନଦେବା ନୀତିକୁ ସ୍ୱାଗତ
ବାଲେଶ୍ୱର : ବାଲେଶ୍ୱର ସହର ନେଳିଆବାଗ ସ୍ଥିତ କାର୍ଯ୍ୟାଳୟରେ ‘ମିଳିତ ନିଶା ନିବାରଣ ଅଭିଯାନ’ (ମନା) ପକ୍ଷରୁ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆଇନଜୀବୀ ପ୍ରଭାକର ସାହୁ ସଭାପତିତ୍ୱ କରିଥିଲେ ।
ପଦେଷ୍ଟା ସୁବ୍ରତ କର ଯୋଗଦେଇ ସରକାର ଗ୍ରାମାଞ୍ଚଳରେ ମଦ ଲାଇସେନ୍ସ ନଦେବା ନୀତି ଘୋଷଣା ସମ୍ବନ୍ଧରେ ଆଲୋଚନା କରିଥିଲେ । ଉପସ୍ଥିତ ସଦସ୍ୟାସଦସ୍ୟମାନେ ସରକାର ଏତେଦିନ ପରେ ଗ୍ରାମାଞ୍ଚଳରେ ମଦ ଲାଇସେନ୍ସ ନଦେବା ନୀତିକୁ ସ୍ୱାଗତ କରିଥିଲେ । ସାଧାରଣ ସମ୍ପାଦିକା ମମତା ମହାପାତ୍ର ଆସନ୍ତା ଏପ୍ରିଲ ୯ ତାରିଖରେ ‘ମନା’ର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତିର ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ଆୟବ୍ୟୟର ସ୍ଥିତି ଓ ସଦସ୍ୟତା ବୃଦ୍ଧି ସମ୍ପର୍କରେ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ‘ମନା’ର ମୁଖପତ୍ର-୨୦୨୩ ପ୍ରକାଶିତ ହେବା ନେଇ ସ୍ଥିର ହୋଇଥିଲା । ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପ୍ରଧାନ, ଯୋଗେଶ ପ୍ରଧାନ, କମଳାକାନ୍ତ ଦାଶ, ଭୂପତି ଭୂଷଣ ଦାସ, ସ୍ନେହଲତା ପତି, କ୍ରୀଷ୍ଣା ସାହା, ସଂଯୁକ୍ତା ବେହେରା, ଲକ୍ଷ୍ମୀପ୍ରିୟା ଜେନା, କଲ୍ୟାଣୀ ନନ୍ଦ, ବାସନ୍ତୀ କର, କମଳାକାନ୍ତ ନାୟକ, ପ୍ରଣିତା ମିଶ୍ର, ଶଶାଙ୍କ ଶେଖର ଦତ ଓ ସୁବ୍ରତ କୁମାର ଦେ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
