ଟ୍ରେନ୍ରେ କଟି ଯୁବକ ମୃତ
ରୂପସା : ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅନ୍ତର୍ଗତ ରୂପସା ରେଳ ଷ୍ଟେସନ ନିକଟରେ ଶନିବାର ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ନାହିଁ । ତାଙ୍କର ବୟସ ୩୫ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ହାଉଡ଼ା-ଭୁବନେଶ୍ୱର ଅପ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୧ ନଂ. ପ୍ଲାଟଫର୍ମ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବାଲେଶ୍ୱର ଜିଆର୍ପି ଥାନା ପୋଲିସ ପହଞ୍ôଚ ମୃତଦେହ ଜବତ କରିଛି । ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ. ୨୭/୨୩) ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।
