ବାଲେଶ୍ୱର ପୌରପରିଷଦ ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ପୌରପରିଷଦ ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୌରାଧ୍ୟକ୍ଷା ସବିତା ସାହୁଙ୍କ ନେତୃତ୍ୱରେ ପୌର ପରିଷଦର ବହୁ କାଉନସିଲର ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାମନୀଷିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ‘ଉତ୍କଳ’ଗଠନର ପୃଷ୍ଠଭୂମି ଓ ଉତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା ସହ ମାତୃଭୂମି ଓ ମାତୃଭାଷାର ବିକାଶ ଏବଂ ସମୃଦ୍ଧି ପାଇଁ ପ୍ରତିଟିସ୍ତରରୁ ଉଦ୍ୟମ ଆରମ୍ଭ କରିବାକୁ ପୌରାଧ୍ୟକ୍ଷା ସବିତା ସାହୁ ଏହି ଅବସରରେ ଆହ୍ୱାନ ଦେଇଥିଲେ । ସଞ୍ଜିବ ଦାସ, ଅନିନ୍ଦ୍ୟ ପଣ୍ଡା, ଅମିତ ନାୟକ, ରଞ୍ଜିତା ମହାପାତ୍ର, ପ୍ରିତିଲତା ସେଠୀ ପ୍ରମୁଖ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମୀନତି ସେଠୀ, ସୋନାଲି ସାହା, ଆଶ୍ରିତା ତରେଇ, ସନ୍ତୋଷ ଦାସ ପ୍ରମୁଖଙ୍କ ସମେତ ପୌରପାଳିକାର ବହୁ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
