ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଓ ‘ସହାୟକ’ର ମିଳିତ ସହଯୋଗରେ ପାନୀୟ ଜଳଦାନ କେନ୍ଦ୍ର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ମୁଖ୍ୟଫାଟକ ପାଶ୍ୱର୍ରେ ପାନୀୟଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଛି । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଓ ‘ସହାୟକ’ର ମିଳିତ ସହଯୋଗରେ ଏହି କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହା ଚଳିତ ଗ୍ରୀଷ୍ମଋତୁର ଉତ୍କଳ ଦିବସରୁ ଆରମ୍ଭ ହୋଇ ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ।
ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏହାକୁ ଉଦ୍ଘାଟନ କରି ଉଭୟ ସଂଗଠନ ପକ୍ଷରୁ ଗ୍ରୀଷ୍ମକାଳରେ ତୁଷାର୍ତ୍ତମାନଙ୍କୁ ପାନୀୟ ଜଳଦାନ ପରି ମହତକାର୍ଯ୍ୟ କରୁଥିବାରୁ ସଂଗଠନର ବରିଷ୍ଠ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ଓ ଜନକଲ୍ୟାଣକାରୀ ସଂସ୍ଥା ‘ସହାୟକ’ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଅଧିକାରୀ ଏବଂ ଉଭୟ ସଂଗଠନର ବହୁ ସଦସ୍ୟାସଦସ୍ୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଦ୍ଘାଟକ ଶ୍ରୀଯୁକ୍ତ ମହାପାତ୍ର ଉଭୟ ସଂଗଠନ ପକ୍ଷରୁ ଗ୍ରୀଷ୍ମକାଳରେ ତୁଷାର୍ତ୍ତମାନଙ୍କୁ ପାନୀୟ ଜଳଦାନ ପରି ମହତକାର୍ଯ୍ୟ କରୁଥିବାରୁ ସଂଗଠନର ବରିଷ୍ଠ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରେ ପବିତ୍ର ଉତ୍କଳ ଦିବସ ପାଳନର ଗୁରୁତ୍ୱ ଉପରେ ଏକ ସାଧାରଣ ସଭା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଇଂ. ବନମାଳୀ ନାୟକ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । କୁଳବୃଦ୍ଧ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବ୍ୟାସକବି ଫକୀରମୋହନଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପ ପ୍ରଦାନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ଡ. କ୍ଷିତିଶ୍ୱର ଦାଶ, ସୁଦର୍ଶନ ଦାସ, ବସନ୍ତ ନାୟକ, ଡ. କୁମାର ଗୋପାଳ, ଗୌରାଙ୍ଗ ପାଣିଗ୍ରାହୀ, ବାସନ୍ତୀ ପାଣି, ସୁରେନ୍ଦ୍ର ନାୟକ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସାବିତ୍ରୀ ଦାସ, ସୁଜିତ୍ କୁମାର ଜେନା, ପ୍ରଫୁଲ୍ଲ କୁମାର ଦାସ, ଦୀପ୍ତିଲତା ଦାସ, ସଚୀନ୍ଦ୍ର ଦାସ, ଅରୁଣ କୁମାର ବୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦାମୋଦର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
