ଦଶପଲ୍ଲା : ଅପ୍ରେଲ୍ ଦୁଇ ତାରିଖ ଠାରୁ ବହୁ ହାଇସ୍କୁଲ ପ୍ରଧାନଶିକ୍ଷକ ଦଶମ ଶ୍ରେଣୀ ସମ୍ମେଟିଭ୍ ଦ୍ୱିତୀୟ ବୋର୍ଡ ପରୀକ୍ଷା ମୂଲ୍ଯାୟନ ପାଇଁ ଯାଇ ୧୦ ରୁ ୧୨ଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ରହିବେ। ଏହି ସମୟରେ ପିଲାମାନଙ୍କ ନାମଲେଖା। ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏକା ସମୟରେ କିଭଳି ଚାଲିବ ତାକୁ ନେଇ ଦ୍ୱନ୍ଦ ସ୍ରୁଷ୍ଟି ହୋଇଛି। ନାମଲେଖା ସମୟରେ ପ୍ରଧାନଶିକ୍ଷକ ମାନକଂର ଉପସ୍ଥିତି ଅନିର୍ବାର୍ଯ୍ୟ ମନେହୁଏ। କାରଣ ସାର୍ଟିଫିକେଟ୍ ଯାଂଚ ସହିତ ଅନେକ କିଛି ସମସ୍ୟା ନାମଲେଖା ସମୟରେ ଉପୁଜିଥାଏ ଯାହାର ସମାଧାନ ବାଟ ପ୍ରଧାନଶିକ୍ଷକ ମାନେହିଁ ନିର୍ଦ୍ଧାରଣ କରିଛନ୍ତି ନଚେତ୍ ଭବିଷ୍ଯତରେ ବହୁ ଅସୁବିଧା ଦେଖାଦେବା ସହିତ ସମସ୍ୟା ମୁଣ୍ଡ ଟେକିବାର ସମ୍ଭାବନା ଥାଏ। ନୂଆ ଶିକ୍ଷା ବର୍ଷ ଆରମ୍ଭ ଦିନରୁ ହିଁ ବିଦ୍ୟାଳୟ ମୁଖ୍ଯ ମାନେ ମୂଲ୍ୟାୟନ କାର୍ଯ୍ୟରେ ଚାଲିଯିବେ। ମୂଲ୍ୟାୟନ କାର୍ଯ୍ୟ ଯେତିକି ଅପରିହାର୍ଯ୍ୟ ନାମଲେଖା ସମୟରେ ପ୍ରଧାନଶିକ୍ଷକ ମାନଙ୍କର ଉପସ୍ଥିତି ସେତିକି ଜରୁରୀ ମନେହୁଏ। ଚଳିତ ବର୍ଷ ଏଭଳି ପରିସ୍ଥିତିରେ କିଭଳି ଦୁଇ/ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏକାସାଙ୍ଗରେ ଚାଲିବ ତାହା କେବଳ ଦେଖିବାର କଥା। ବଡକଥା ହେଲା, ତ୍ରୁତୀୟ ପର୍ଯ୍ୟାୟ ଫାଇଭ୍-ଟି କାର୍ଯ୍ୟ ଶେଷ କରିବା ପାଇଁ ତତ୍ପରତା ପ୍ରକାଶ ପାଉଥିବା ବେଳେ ପ୍ରଧାନଶିକ୍ଷକ ମାନଂକ ଅନୁପସ୍ଥିତିରେ କିଭଳି କାମ ସରିବ ତାକୁ ନେଇ ଆଶଂକା ପ୍ରକାଶ ପାଇଛି ।
Post Views: 85,692