ଦଶପଲ୍ଲା ରେ ବିଶ୍ଵ ହିନ୍ଦୁ ପରିଷଦ ର ସଭା ଓ ଶୋଭାଯାତ୍ରା
ଦଶପଲ୍ଲା : ପବିତ୍ର ଶ୍ରୀରାମ ନବମୀ ଅବସରରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଗୁରୁବାର ଦିନ ଦଶପଲ୍ଲାରେ ସଭା ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଶୋଭାଯାତ୍ରାରେ ସାମିଲ୍ ହୋଇ ଦଶପଲ୍ଲା ସହର ପରିକ୍ରମା କରି ଖମାରସାହି ପର୍ଯ୍ୟନ୍ତ ଯାଇଥିଲେ l “ଜୟ ଶ୍ରୀରାମ” ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଏହା ପରେ ଗାନ୍ଧୀ ମଇଦାନଠାରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଶିତିକଣ୍ଠ ମିଶ୍ର ଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଗିରୀଶ ମହନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହୃଷୀକେଶ ବେହେରା, ଖଣ୍ଡିୟ କାର୍ଯ୍ୟବାହକ ସରୋଜ ମିଶ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ଭଗବାନ ସାହୁ ପରିଚୟ ପ୍ରଦାନ କରିଥିଲେ l ସମାବେଶରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକର ଜନସାଧାରଣ ଯୋଗ ଦେଇଥିଲେ l
