ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ
କେନ୍ଦୁଝର : ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭାଜପା ଶାସିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ଓ ଅନ୍ୟାୟ ବର୍ତମାନ ଦେଶରେ ଅରାଜକତା ଓ ଏକଛତ୍ରବାଦ ଶାସନ ଦେଶକୁ ତଳିତଳାନ୍ତ କରୁଥିବା ବେଳେ ଆମର ପ୍ରିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନରେନ୍ଦ୍ର ମୋଦିଙ୍କ ଅଦାନୀ, ଅମ୍ବାନୀଙ୍କ ସମତେ ବହୁ ଲୁଟ୍ତରାଜଙ୍କ ବାବଦରେ କହି ଦେଶକୁ ରକ୍ଷା କରିବା ପାଇଁ ସ୍ୱର ଉଠାଇ ବର୍ତମାନ ଏମ୍ପି ପଦରୁ ବହିଷ୍କାର କରିବା ସହିତ ବିଭିନ୍ନ ହଇରାଣ କରୁଛନ୍ତି ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିବା ସହ ସରକାରଙ୍କର ଏଭଳି ମାନଭାବକୁ ସମାଲୋଚନା କରିଥିଲେ । କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି କର୍ମୀମାନେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ନରେନ୍ଦ୍ର ମୋଦିଙ୍କ ଫଟୋରେ ନିଆଁ ଲଗାଇ ବିରୋଧୀ ସ୍ଲୋଗାନ ଦେଇଥିଲେ କଂଗ୍ରେସ ନେତାମାନେ । ଏଥିରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡା, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲା କଂଗ୍ରେସ ଉପସଭାପତି ବସନ୍ତ କୁମାର ଦାସ,ପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ, କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ବୀରବର ମହାନ୍ତ, ସୋସିଆଲ ମିଡିଆ ସଂଯୋଜକ ସୁଢଳ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।
