୯ଏପ୍ରିଲ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ଅପରାଜିତା ଷଡ଼ଙ୍ଗୀ
କେନ୍ଦୁଝର : ଆସନ୍ତା ୯ଏପ୍ରିଲ ଓଡ଼ିଶାର ଲୋକପ୍ରିୟ ସାଂସଦ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଆନ୍ତର୍ଜାତୀୟ ସାଂସଦୀୟ ସଂଘର କାର୍ଯ୍ୟକାରୀ ସଦସ୍ୟା ଅପରାଜିତା ଷଡ଼ଙ୍ଗୀଙ୍କ ଆଗମନରେ ବଡ଼ବିଲରେ ପଦଯାତ୍ରା ଓ ବଲାଣୀ ଠାରେ ବିଶାଳ ଶ୍ରମିକ ସମାବେଶ ହେବାକୁ ଯାଉଛି । ଉପରୋକ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବଲାଣୀ ଠାରେ କମଳାପତି ଯାଦବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜୀବନ ସାହୁ, ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲ୍ଲିକ ଓ ବଡ଼ବିଲ ନଗର ଭାଜପା ସଭାପତି ବାବୁଲା ସାହୁ ଉପସ୍ଥିତ ରହି ଯୋଜନା କରିଥିଲେ । ଭଦ୍ରାସାହି ମଣ୍ଡଳ ସଭାପତି ସତ୍ୟବ୍ରତ ଜେନା ସଂଯୋଜନା କରିଥିଲେ ।
