ଦଶପଲ୍ଲାରେ ଜୋତା ତିଆରି ସରଞ୍ଜାମ ବିତରଣ
ଦଶପଲ୍ଲା : ଭାରତ ସରକାରଙ୍କ ଏମ୍ ଏସ୍ ଏମ୍ ଇ ବିଭାଗ ଅଧିନସ୍ଥ ଖଦି ଓ ଗ୍ରାମ୍ୟଦ୍ୟୋଗ କମିଶନ ଓ ରାଜ୍ଯ ସରକାରଙ୍କ ଗ୍ରାମ୍ୟଦ୍ୟୋଗ ବିକାଶ ଯୋଜନା ଓ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଦଶପଲ୍ଲାର ପୁରାତନ ପଞ୍ଚାୟତ ଅଫିସ୍ ଜଗଦେବ ପାଟଣା ଠାରେ ମଙ୍ଗଳବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଓ ଯୋତା ତିଆରି ମେସିନ ଓ ସରଞ୍ଜାମ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦଶପଲ୍ଲା ର ପ୍ରସିଦ୍ଧ ଚମଡା ଶିଳ୍ପର ପ୍ରଗତି ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଚମଡା ଶିଳ୍ପ କାରୀଗର ମାନଂକୁ ଉତ୍ପାଦନ ଯନ୍ତ୍ର ବଂଟନ କରାଯାଇଥିଲା। ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଇତ୍ୟବସରରେ ତହସିଲଦାର ଶ୍ରୀକୁମାର ରଥ, ଖଦୀ ଵୋର୍ଡର ନିର୍ଦେଶକ ସମୀର ମହାନ୍ତି, ଉପ- ନିର୍ଦେଶକ ଅନୁପ କୁମାର ବେହରା , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
