ବାଦାମବାଡି ଉଠାଦୋକାନୀ ସଂଘ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର ପ୍ରଦାନ
କଟକ : ଭେଣ୍ଡିଂ ଜୋନ ନ କରି ଉଚ୍ଛେଦ କରୁଥିବାରୁ ଆଜି ଉଠାଦୋକାନୀ ସଂଘ ପକ୍ଷରୁ କଟକ ଡିସିଡି ପିନାକ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ବାଦାମବାଡି ବସଷ୍ଟାଣ୍ଡ ଅଂଚଳର ଦୁଇ ପାଶ୍ୱର୍ରେ, ଲିଙ୍କରୋଡଠାରୁ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ଉଠାଦୋକାନୀମାନେ ବସିରହି ଓ ବୁଲା ବିାକାଳୀମାନେ ସାଇକେଲରେ ନିଜ ନିଜର ବେପାର ଚଳାଇ ଆସୁଛନ୍ତି । ଏଥିପାଇଁ କେନ୍ଦ୍ର ସରକକାର ୨୦୧୪ ଓ ରାଜ୍ୟ ସରକାର ୨୦୧୫ରେ ଆଇନ କରିଛନ୍ତି । ବାଦାମବାଡିଠାରେ ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ ହୋଇନାହିଁ । ରାସ୍ତା ଅବରୋଧ ଆଳ ଦେଖାଇ ପୋଲିସ, ଟ୍ରାଫିକ ସେମାନଙ୍କ ଉପରେ ଜୁଲମ କରି ସବୁ ସାମଗ୍ରୀ ଫୋପାଡି ଦେବା, ଆଶାଳୀନ ଭାଷାରେ ଗାଳିଦେବା, ୫୦୦ ଟଙ୍କା ଜରିମାନା କାଟିବା ଆଦି ଗରିବ ଉଠାଦୋକାନୀମାନଙ୍କୁ ଅତୀବ କଷ୍ଟ ଦେଉଛି । ଏହାକୁ ବନ୍ଦ କରିବାକୁ ଏବଂ ଭେଣ୍ଡିଂ ଜୋନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ରାସ୍ତା ପାଶ୍ୱର୍ରେ ଟ୍ରାଫିକ ଆଇନ ମାନି ବେପାର କରିବାକୁ ଦେବା ନିମନ୍ତେ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଅମରେନ୍ଦୁ ମହାନ୍ତି, ସଂପାଦକ ଛବି ଖୁଣ୍ଟିଆ, ରଂଜନ ପରିଡା, ନିତ୍ୟାନନ୍ଦ ନାୟକ, ବସନ୍ତ କୁମାର ତ୍ରିପାଠୀ, ଏପଦେଷ୍ଟା ବିନୋଦ ବେହେରା, ଉଦୟ କେଶରୀ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
