ମୟୂରଭଞ୍ଜ ଅମଲା ମାନଙ୍କର ବୈଠକ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ଗଠିତ
ବାରିପଦା : ମୟୂରଭଂଜ ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କର ଏକ ବୈଠକ ଓଡ଼ିଶା ରାଜସ୍ୱ ଅମଲା ସଂଘର ସମ୍ପାଦକ ରୂପକ କୁମାର ମହାରଣାଙ୍କ ଆବାହକତ୍ୱ ତଥା ଜିଲ୍ଲା ଅମଲା ସଂଘର ସମ୍ପାଦକ ଧୀରେନ୍ଦ୍ର କୁମାର ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ଅମଲା ସଂଘ, ଓଡ଼ିଶା ରାଜସ୍ୱ ଅମଲା ଅମଲା ସଂଘ, ଜିଲ୍ଲା କୋଷାଗାର ଅମଲା ସଂଘ ତଥା ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅମଲା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ଧୀରେନ୍ଦ୍ର କୁମାର ଟୁଡୁ ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବା ବେଳେ, ଓଡ଼ିଶା ରାଜସ୍ୱ ଅମଲା ସଂଘର ଉପ ସଭାପତି ଅଶିତ କୁମାର ମହାକୁଡ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦୀର୍ଘ ଦିନର ନ୍ୟାଯ୍ୟ ଦାବି ୪୨୦୦ /- ଗ୍ରେଡ ପେ ହାରରେ ଦରମା ପ୍ରଦାନ ଉପରେ ରାଜ୍ୟ ସରକାର ବାରମ୍ବାର ଉଦାସୀନ ମନୋଭାବ ପ୍ରତିପୋଷଣ କରୁଥିବାରୁ କ୍ଷୋଭ ପ୍ରକାଶ କରଥିଲେ । ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ପାଣି ମିଶନ -୪୨୦୦ /- ଦାବି ପୂରଣ ନିମନ୍ତେ ସରକାର ବାରମ୍ବାର ପ୍ରତାରଣା କରୁଥିବାରୁ ଏହାର ଦୃଢ ଜବାବ ଦେବା ନିମନ୍ତେ ଏକ ସୁଦୃଢ ସଂଘର ଆବଶ୍ୟକତା ସମ୍ବନ୍ଧରେ ମତ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ଗଠନ କରାଯାଇ ଏହାର କର୍ମକର୍ତ୍ତା ମନୋନୟନ କରାଯାଇଛି । ଅଧ୍ୟକ୍ଷ ଭାବରେ ଧୀରେନ୍ଦ୍ର କୁମାର ଟୁଡୁ, ଆବାହକ ଭାବରେ ଅସିତ କୁମାର ମହାକୁଡ, ଉପଦେଷ୍ଟା ଭାବରେ କପିଳାଶ ବେହେରା, ଶଶାଙ୍କ ଶେଖର ମହାପାତ୍ର, ସମ୍ପାଦକ (ମିଡ଼ିଆ ସେଲ) ଶାନ୍ତନୁ କୁମାର କର, କୋଷାଧ୍ୟକ୍ଷ ଭାବରେ ରୂପକ କୁମାର ମହାରଣା ଏବଂ ସଦସ୍ୟ ଭାବରେ ମନୋଜ କୁମାର ମହାରଣା, ସତ୍ୟ ପ୍ରକାଶ ପାତ୍ର, ମାନସ ରଞ୍ଜନ ମହାନ୍ତି, ବିଶ୍ୱଜିତ ମହାନ୍ତି, ମିହିର ଜ୍ୟୋତି ମହାନ୍ତ, ବିନୀତ ମହାନ୍ତ, ଗୌରି ଶଙ୍କର ସାମନ୍ତରାୟ, ଅଶ୍ୱିନୀ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଶାନ୍ତନୁ ପାତ୍ର, ତନ୍ମୟ ଦାସ ପ୍ରମୁଖ ମନୋନୀତ ହୋଇଥିବାର ଜଣାଯାଇଛି । ଶେଷରେ ଅସିତ ମାହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।
