ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗ ସରକାର ଦେଲେ ନାଗରିକ ସମ୍ମାନ
କୋଲକତା : ସୋମବାରଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗ ସରକାର ନାଗରିକ ସମ୍ମାନ ଦେଇଛନ୍ତି । ଦୁଇ ଦିନିଆ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ସନ୍ଧ୍ୟା ସମୟରେ ନେତାଜୀ ଇନଡୋର ଷ୍ଟାଡିୟମରେ ଦେବୀ ଦୁର୍ଗାଙ୍କର ଏକ ମୁର୍ତୀ ପ୍ରଦାନ କରିଥିଲେ । ସିଏମ୍ଙ୍କ ଉପସ୍ଥିତିରେ ସମାଜର ବିଶିଷ୍ଟ ଲୋକମାନଙ୍କୁ ରାଷ୍ଟ୍ରପତିଙ୍କ ହାତରେ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ଭୋଧିତ କରି ମମତା କହିଥିଲେ ପଶ୍ଚିମ ବଙ୍ଗଳାର ମାନେ ହେଲା ମାନବତା । ଏହା ପରେ ରାଜ୍ୟପାଳ ସିବି ଆନନ୍ଦ ବୋସ କହିଥିଲେ ଲୋକମାନେ ରାଷ୍ଟ୍ରପତିଙ୍କୁ ବଙ୍ଗଳାରେ ପାଇ ସୋଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ମମତା ଆଦିବାସୀ ସମ୍ପ୍ରଦାୟ ମାନଙ୍କ ସହିତ ମିଶି ନୃତ୍ୟ ଓ ସଂଗିତ ଗାଇଥିଲେ । ରାଷ୍ଟ୍ରପତି ଓ ରାଜ୍ୟପାଳ ଲଗାତର ଭାବରେ ତାଳି ବଜାଇ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ।
