‘ସ୍ରଷ୍ଟା’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ
ବାଲେଶ୍ୱର : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ନାଟ୍ୟ ସଂସ୍ଥା ‘ସ୍ରଷ୍ଟା’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂସ୍ଥାର ନାଟ୍ୟାଳୟ ପରିସରର ବନ୍ଧୁମିଳନ ଓ ‘ସାମ୍ପ୍ରତିକ ମଞ୍ଚନାଟ୍ୟ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ରଷ୍ଟାର ସଭାପତି ଆଲୋକ କୁମାର ସାହୁ ଏଥିରେ ପୌରୋହିତ୍ୟ କରିଥିଲେ । ଏଥିରେ ଗତ ନାଟକୋତ୍ସବ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ବାଲେଶ୍ୱର ଜିଲାରେ ମଂଚ ନାଟକର ବିକାଶ ଦିଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନେବା ପାଇଁ ସ୍ଥିର କରାଗଲା । ବିଶେଷ କରି ନାଟକ ମଂଚରେ ଥିବା ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ଦିଗରେ ସଦସ୍ୟମାନେ ୍ୱତାମତ ଉପସ୍ଥାପନ କରିଥିଲେ । ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଗୌରୀଶଙ୍କର ସାହାଣୀ, ପ୍ରସନ୍ନ କୁମାର ଦାସ, ଅଜିତ କୁମାର ପଣ୍ଡା, ଅଜୟ ଆଚାର୍ଯ୍ୟ, ଶ୍ୟାମରାୟ କର, ଅନାମିକା କର, ଅମିତାଭ ଭଟ୍ଟାଚାର୍ଯ୍ୟ, ଚିନ୍ତାମଣି ମହାନ୍ତି, ଦିବାକର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ପଠନ କରିଥିଲେ ।
