ମେଡିକାଲ ଛକରେ ସିରିଜ୍ ଦୁର୍ଘଟଣା ଘଟାଇଲେ କାର୍ ଚାଳକ
ଦଶପଲ୍ଲା : ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ମେଡିକାଲ ଛକ ଠାରେ ସୋମବାର ସନ୍ଧ୍ୟାରେ ଏକ୍ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି l ଓଡି ୦୨ ବି ଜେଡ୍ ୫୫୮୫ ନମ୍ବର କାର୍ ଗଣେଶ ବଜାର୍ ପଟୁ ଆସୁଥିବା ସମୟରେ ଭାରସାମ୍ଯ ହରାଇ ମେଡିକାଲ ଛକ ଠାରେ ରାସ୍ତାରେ ଚାଲି ଚାଲି ଆସୁଥିବା ଦେଉଳ ମାଳିସାହିର ଭାଗୀରଥି ସାହୁଙ୍କୁ ପ୍ରଥମେ ଧକ୍କା ଦେଇଥିଲା l ଏହା ପରେ ଏକ ଅଟୋକୁ ଧକ୍କା ଦେଇ ଅନତିଦୂରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପ୍ରାଚୀରକୁ ଧକ୍କା ଦେଇଥିଲା l ଆହତ ଭାଗୀରଥି ସାହୁଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଚମ୍ପଟ ମାରିଛି l ଘଟଣା ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା l
