ଭାଲୁ ଆକ୍ରମଣରେ ୩ ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବନାଂଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା ଓ ଅନ୍ୟ ଦୁଇ ଜଣ କୋଠାଘର ଗ୍ରାମର ବିରବର ମହାନ୍ତ ଓ ମଙ୍ଗୁଳୁ ବେହେରା ବୋଲି ଜଣାପଡିଛି । ପ୍ରଥମେ ଭାଲୁଟି ରାମଚନ୍ଦ୍ର ପଇଦାକୁ ଆକ୍ରମଣ କରିଥିଲା । ସେହି ରାସ୍ତା ଦେଇ ବିରବର ଓ ମଙ୍ଗୁଳୁ ବାରଟୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଭାଲୁଟି ଆକ୍ରମଣ କରିଥିଲା । ବିରବର ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଳକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଂଚି ଥିବା ବେଳେ ବନ ବିଭାଗକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ଖବର ପାଇ ପାଟଣା ପୁଲିସ ପହଂଚି ବୁଝାସୁଝା କରିଥିଲା ।
