ଇନୋଡଷ୍ଟ ଟେକସଲ୍ୟୁସନ ସହିତ ଆଇଟିଆଇର ବୁଝାମଣା ପତ୍ର ସ୍ୱାକ୍ଷରିତ
କଟକ : ଇନୋଡଷ୍ଟ ଟେକସଲ୍ୟୁସନ ପ୍ରାଇଭେଟ ଲିମିଟେଡ୍ ସହିତ କଟକ ସରକାରୀ ଆଇଟିଆଇର ୩୨ତମ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ପତ୍ର ଦ୍ୱାରା ଇନୋଡଷ୍ଟ ଟେକସଲ୍ୟୁସନ ତାର ଡୁଆଲ ସିଷ୍ଟମ ଟ୍ରେନିଂ ଯୋଗାଇଦେବ ଓ ନବୀକରଣ ଯୋଗ୍ୟ ଶକ୍ତି ନିମନ୍ତେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି କରାଇବ । ଏହି ଚୁକ୍ତି ସମୟରେ ଆଇଟିଆଇର ଅଧ୍ୟକ୍ଷ ସ୍ୱପ୍ନ କୁମାର ମିଶ୍ର ଓ ଇନୋଡଷ୍ଟ ଟେକସଲ୍ୟୁସନର କର୍ମକର୍ତ୍ତାଙ୍କ ସମେତ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ । ଏହାପରେ ଇନୋଡଷ୍ଟ ଟେକସଲ୍ୟୁସନର ପ୍ରଶାସନିକ ଅଧିକାରୀ ଓ କର୍ମକର୍ତ୍ତା ମାନେ ଆଇଟିଆଇର ଲ୍ୟାବ ପରିଦର୍ଶନ କରିଥିଲେ ।
