ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଆଗରେ ଓଡ଼ିଶା : ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ବୋଲି ବିଧାନସଭାରେ କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭ ପ୍ରତିଶତ ଥିବା ସେ ସୂଚନା ଦେଇଛନ୍ତି ।’ ମେକ ଇନ ଓଡ଼ିଶା’ ଅନ୍ତର୍ଗତ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶକୁ ନେଇ ବିଧାନସଭାରେ ତଥ୍ୟ ରଖି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଗତ ୨ଟି ମେକ୍ ଇନ ଓଡ଼ିଶା ସଂସ୍କରଣରେ ୨୮୬ ପ୍ରସ୍ତାଵ ଆସିଥିବା ବେଳେ ମାତ୍ର ୧୫ ଶିଳ୍ପ ସଂସ୍ଥା କାମ ଆରମ୍ଭ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ୨୦୧୬ରେ ୮୪ଟି ଶିଳ୍ପ ପ୍ରସ୍ତାବ ଆସିଥିଲା, ଯେଉଁଥିରେ କି ୨ ଲକ୍ଷ ୩୨ହଜାର ୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । ସେଥିମଧ୍ୟରୁ ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ଏଥିରୁ ୨୭ଟି ଶିଳ୍ପ ସଂସ୍ଥା କାମ ଚଳାଇଛନ୍ତି । ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ ଟି ଖୁବ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ ।
୨୦୧୮ରେ ୨୦୨ଟି ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରୁ ୪ ଲକ୍ଷ ୨୩ ହଜାର ୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା । ୭୧ଟି ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବା ଶିଳ୍ପ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ବୋଲି ବିଧାନସଭାରେ କହିଛନ୍ତି ଶିଳ୍ପମନ୍ତ୍ରୀ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭ ପ୍ରତିଶତ ଥିବା ସେ ସୂଚନା ଦେଇଛନ୍ତି।
