ବଧୂ ହତ୍ୟା ଘଟଣା : ନ୍ୟାୟ ଦାବିରେ ବରହମପୁର ଥାନା ସମ୍ମୁଖରେ ପରିବାର ଲୋକଙ୍କ ଧାରଣା
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଗରଡ଼ି ଗାଁରେ ପରକୀୟା ପ୍ରୀତିରୁ ବଧୂ ହତ୍ୟା ଘଟଣା । ହତ୍ୟା ଘଟଣାରେ ତିନି ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା । ମାତ୍ର ପୋଲିସ କେବଳ ଜଣକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ୨୪ଘଣ୍ଟା ପରେବି କୌଣସି ପ୍ରକାର ତଦନ୍ତ ନହେବା କାରଣରୁ ସୋମବାର ପୂର୍ବାହ୍ନରେ ନ୍ୟାୟ ଦାବିରେ ବରହମପୁର ଥାନା ଆଗରେ ମୃତକଙ୍କ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି ।
ସୂଚନା ଯେ, କପ୍ତିପଦା ଥାନା ସିନ୍ଧୁପୁର ଗାଁର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ବେହେରା ୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବାହାଘରର ୬ମାସ ପରେ ଦୀପ୍ତିଙ୍କ ମା’ବାପା ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବିକରୀ ପିଟାମରା କରିଆସୁଥିଲେ । ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ଘରେ, ଗାଁ ମୁରବୀଙ୍କୁ ବସାଇ ଓ ବରହମପୁର ଥାନାରେ ବୈଠକ କରି ବୁଝାସୁଝା କରିଥିଲେ । କିଛି ମାସ ପୂର୍ବେ ଦୀପ୍ତିଙ୍କ ସହ ଗାଁର ଅନ୍ୟଜଣେ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଯାହାକୁ ବିରୋଧ କରିଥିଲେ ସ୍ତ୍ରୀ ସବିତା । ହେଲେ ଗତ ମାର୍ଚ୍ଚ ୧୭ ତାରିଖରେ ପ୍ରେମିକା ତାଙ୍କ ଘରକୁ ଆସିବା ବିଷୟକୁ ନେଇ ସବିତା ଓ ଦୀପ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ ହୋଇଥିଲା । ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଝିଅକୁ ହତ୍ୟା କାରାଯାଇଥିବା ବିଷୟରେ ଝିଅର ବାପା ପ୍ରଶାନ୍ତ ମଣ୍ଡଳ ବରହମପୁର ଥାନାରେ ଦୀପ୍ତି କିଶୋର ବେହେରା, କମଳା ବେହେରା, ପରକିୟା ପ୍ରୀତିରେ ସମ୍ପର୍କ ରଖିିôବା ମମତା ବିଶୋଇଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଉଚିତ୍ ଦଣ୍ଡ ମିଳୁ ବୋଲି ଅନୁରୋଧ କରିଥିଲେ । ଅଭିଯୋଗ କ୍ରମେ ବରହମପୁର ଥାନାରେ ଏକ ହତ୍ୟା ମାମଲା (ନଂ. ୨୯/୨୩) ରୁଜ୍ଜୁ କରାଯାଇ ସ୍ୱାମୀ ଦୀପ୍ତି କିଶୋର ବେହେରାଙ୍କୁ ଅଟକ ରଖି ତଦନ୍ତ କରୁଥିଲେ । କିନ୍ତୁ ହତ୍ୟା ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ନହେବା କାରଣରୁ ନ୍ୟାୟ ଦାବିରେ ମୃତକର ପରିବାର ଲୋକେ ଧାରଣା ଦେଇଥିଲେ । ଶେଷରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳେ ବରହମପୁର ଥାନାରେ ପହଞ୍ôଚ ଶବ ବ୍ୟବଚ୍ଛେଜ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଅନ୍ୟ ଦୁଇ ଜଣଙ୍କ ସମ୍ବନ୍ଧରେ ଦୁଇଦିନ ମଧ୍ୟରେ ତଦନ୍ତର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
