ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା
ସାଧାରଣତଃ ହାର୍ଟ ଆଟାକ୍ ବା ହୃଦଘାତର ସମସ୍ୟା ପରିବର୍ତ୍ତିତ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ଯୋଗୁଁ ହୋଇଥାଏ । ଏହି କାରଣରୁ ଦେଶର ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ହୃଦଘାତ ଜନିତ ସମସ୍ୟା ରହିଛି । ଧ୍ୟାନ ଦେବା କଥା ହେଉଛି ଅଧିକାଂଶ ଲୋକଙ୍କୁ ସାଇଲେଣ୍ଟ ଆଟାକ୍ ମଧ୍ୟ ଅନେକ ଥର ଆସିଥାଏ, କିନ୍ତୁ ସେମାନେ ଏହା ଜାଣ ପାରନ୍ତି ନାହିଁ । ଯଦି ହୃଦୟ ମାଂସପେଶୀ ଠିକ୍ ସମୟରେ କାମ ନକରେ, ତେବେ ଏକ ବଡ଼ ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ହୃଦଘାତ ପୂର୍ବରୁ ଆମ ଶରୀର କେଉଁ ପ୍ରକାରର ସଙ୍କେତ ଦେଇଥାଏ, ଯାହାକୁ ଆପଣ କେବେବି ଅଣଦେଖା କରିବା ଉଚିତ୍ ନୁହେଁ ।
ଯଦି ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ଶୀଘ୍ର ଚିହ୍ନଟ ହୁଏ ତେବେ ଅନେକ ଜୀବନ ରକ୍ଷା କରାଯାଇପାରିବ । ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଅସ୍ଥିରତା, ଛାତିରେ ଅସ୍ୱାଭାବିକତା, ଛାତିରେ ଭାରୀତା, ଛାତି ଯନ୍ତ୍ରଣା, ଝାଳ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ସାମିଲ ରହିଛି । ଏହା ବ୍ୟତୀତ ଅନେକ ଲୋକଙ୍କୁ ଏସିଡିଟି ହୋଇଥାଏ, ଯାହାକୁ କିଛି ଲୋକ ଏକ ଗ୍ୟାସ୍ ସମସ୍ୟା ବୋଲି ଭାବନ୍ତି । ଆପଣଙ୍କୁ କହି ରଖୁଛୁ ଯେ ହୃଦଘାତ ପୂର୍ବରୁ ଏହା ମଧ୍ୟ ଏକ ଲକ୍ଷଣ । ଏହାକୁ ସାଇଲେଣ୍ଟ ହୃଦଘାତ ବୋଲି ମଧ୍ୟ କୁହାଯାଏ ।
ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଅନୁଯାୟୀ, ହୃଦଘାତ ପୂର୍ବରୁ ଦୁର୍ବଳତା, ହାଲୁକା ମୁଣ୍ଡବିନ୍ଧା, ବେକ ଏବଂ ପିଠିରେ ଅସୁବିଧା କିମ୍ବା ଯନ୍ତ୍ରଣା ମଧ୍ୟ ସାମିଲ ରହିଛି । ଅର୍ଥାତ ଯଦି ଆପଣ ଏପରି କୌଣସି ଲକ୍ଷଣ ଦେଖନ୍ତି, ତେବେ ଏହାକୁ ହାଲୁକା ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
