କଂଗ୍ରେସକୁ ଅହଂକାର ତ୍ୟାଗ କରି ଆଂଚଳିକ ଦଳ ଗୁଡିକୁ ସହଯୋଗ କରିବା ଉଚିତ – କବିତା
ନୁଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତିର ନେତା କଲବାକୁନ୍ତଲ କବିତା ଗୁରବାରଦିନ କହିଛନ୍ତି କଂଗ୍ରେସ ଏବେ ରାଷ୍ଟ୍ରୀୟ ଦଳ ହୋଇ ରହିବ ନାହିଁ । ସେ ତାର ଅହଂକାର ତ୍ୟାଗ କରି ଆଂଚଳିକ ଦଳ ସହିତ ସହଯୋଗିତାରେ ଭାରତୀୟ ଜନତା ପାର୍ଟିକୁ ହରାଇବାକୁ ଚେଷ୍ଟାକରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ତାଙ୍କ ବିରୋଧରେ ହେଉଥିବା ଜାଂଚକୁ ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ବର୍ଷ ହୋଇଥିବାରୁ କେନ୍ଦ୍ର ସରକାର ରାଜ୍ୟରେ, ରାଜ୍ୟର ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେଉଅଛନ୍ତି ।
