ମୟୂରଭଞ୍ଜ ଜିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘଙ୍କର ମହାଆନ୍ଦୋଳନର ବିଗୁଲ
ମୟୂରଭଞ୍ଜ : ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ମୟୂରଭଞ୍ଜ ଜିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଅବସରପ୍ରାପ୍ତ କର୍ମଚାରୀ ଭବନ ପରିସରରେ ଜିଲ୍ଲା ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପୂର୍ବନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାର ୨୬ଟି ବ୍ଲକର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ୧୫ ତାରିଖରେ ହେବାକୁ ଥିବା ମହାଆନ୍ଦୋଳନର ତରିଖା ସଂପର୍କରେ ମତାମତ ଗ୍ରହଣ କରାଯାଇଥିଲା ।
ପ୍ରକାଶ ଥାଉକି ରାଜ୍ୟ ମିଳିତ ପ୍ରାଥମିକ ସଂଘଠନ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟ ସଭାପତି ମଣ୍ଡଳୀର ସଦସ୍ୟ ତଥା ରାଜ୍ୟ ଇଙଚଞଇର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ମହୋଦୟ ସମୀକ୍ଷକ (ଙଭଗ୍ଦରକ୍ସଙ୍ଖରକ୍ସ) ଭାବେ ଯୋଗ ଦେଇଥିଲେ । ରାଜ୍ୟ ମିଳିତ ମଞ୍ଚରେ ଷ୍ଟିଅରିଙ୍ଗ କମିଟିର ସଦସ୍ୟ ଯାମିନୀକାନ୍ତ ପଣ୍ଡାଙ୍କ ଦ୍ୱାରା ଆଗାମୀ ଅନ୍ଦୋଳନ ଓ ଆଜିର ବୈଠକର ଉଦ୍ଦେଶ୍ୟ ଜ୍ଞାପନ ପରେ ୨୬ଟି ବ୍ଲକର ମତାମତ ସଂଗ୍ରହ କରାଯାଇଥିଲା । ମତାମତକୁ ଗୁରୁତ୍ୱ ଦେଇ ମୟୂରଭଞ୍ଜ ଜିଲ୍ଲା ସମୂହ ଛୁଟିରେ ରହି ରାଜ୍ୟ ଆନ୍ଦୋଳନକୁ ମହାଆନ୍ଦୋଳନରେ ପରିଣତ କରିବା ପାଇଁ ନିଷ୍ପତି ହୋଇଥିଲା । ପ୍ରାଥମିକ ଶିକ୍ଷକଙ୍କର ମୂଳଦାବି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୬ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ତଥା ନୂତନ ପେନ୍ସନ ବଦଳରେ ପୂରାତନ ପେନ୍ସନ୍ ପ୍ରଦାନ କରିବା ଦାବିଗୁଡିକ ଉପରେ ଜିଲ୍ଲା ସଭାପତି ଶ୍ରୀ ହରେକୃୃଷ୍ଣ ବାରିକ୍ ବକ୍ତବ୍ୟ ରଖିଥିଲାବେଳେ, ଜିଲ୍ଲା ସଂପାଦକ ରାଜେନ୍ଦ୍ର ମହାନ୍ତ ଆନ୍ଦୋଳନର ରୂପରେଖ ସଂପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଆନ୍ଦୋଳନର ପ୍ରମୁଖ ସହଯୋଗୀ ଜିଲ୍ଲା ଙଔଞଇ ସଭାପତି ରାକେଶ ପ୍ରଧାନ ଆନ୍ଦୋଳନକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ମହାନ୍ତ, ଗୋବିନ୍ଦ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ କୁମାର ନାଥ, ଜିଲ୍ଲା ସଂଘର ସିଦ୍ଧେଶ୍ୱର ମିଶ୍ର, ଗଦାଧର ନାୟକ, ପ୍ରବୀଣ ମହାନ୍ତ, ସୂର୍ଯ୍ୟନାରାୟଣ ସେଠୀ, ଶିବନାରାୟଣ ମହାନ୍ତ, ଚନ୍ଦନ କୁମାର ସାହୁ, ରବୀନ୍ଦ୍ରନାଥ ମହାନ୍ତ, ସୁବୀର ପରିଡା, ଅନୀଲ ମହାନ୍ତ, ଚିରଞ୍ଜିବ ବେହେରା, ବୀରେନ୍ଦ୍ର ମଢେଇ, ଅରବିନ୍ଦ କୁମ୍ଭକାର, ଅଜୟ ମହାନ୍ତ ଓ ମିତ୍ରଭାନୁ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସର୍ବ ସମ୍ମତି କ୍ରମେ ଆସନ୍ତା କାଲିଠାରୁ ଜିଲ୍ଲାର ପ୍ରାୟ ୮,୦୦୦ ଘଚଝ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କୁ ଅସହଯୋଗ କରିବା ସଙ୍ଗେ ସଙ୍ଗେ କଳାବ୍ୟାଚ୍ ପରିଧାନ କରିବା, ମ୍ୟାଟ୍ରିକ୍ ପରୀକ୍ଷାରେ ଦାୟିତ୍ୱ ବର୍ଜନ କରିବା, ୟୁନିଫର୍ମ ବର୍ଜନ କରିବା, ଈଖଙ କାର୍ଯ୍ୟ ବର୍ଜନ କରିବା ତଥା ଆସନ୍ତା ୨୧ ଠାରୁ ହେବାକୁ ଥିବା ଝଇ-ଓଓ ପରୀକ୍ଷା ପରିଚାଳନା ନକରିବା ଆଦି ବିଷୟଗୁଡିକ ଉପରେ ନିଷ୍ପତ୍ତି ନିଆଯାଇଅଛି । ଶ୍ରୀ ପ୍ରଦୀପ ନାଥଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ ।
