ସେବା କର, ହେଲେ ଏହାର ଅହଙ୍କାର ମନରେ ସୃଷ୍ଟି ହେବାକୁ ଦିଅନି – ସଂଘ ପ୍ରମୁଖ ମୋହନ ଭାଗବତ
ପୁନେ : ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ରାଓ ଭାଗବତ କହିଛନ୍ତି ଯେ, ସ୍ୱାର୍ଥ କେବେହେଲେ ସେବାର ପ୍ରେରଣା ହୋଇପାରିବ ନାହିଁ । ସେବାର ଧର୍ମ ଗଭୀର, କିନ୍ତୁ ଏହା ମାନବତାର ସହଜ ଧର୍ମ ଅଟେ । ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଜନକଲ୍ୟାଣ ସମିତି, ଜନକଲ୍ୟାଣ ସେବା ଫାଉଣ୍ଡେସନ ଏବଂ ଡା. ହେଡଗେବାର ସ୍ମାରକ ସେବା ନିଧି ସଂସ୍ଥା ଦ୍ୱାରା ମିଳିତ ଭାବେ ପୁନେରେ ପ୍ରତିଷ୍ଠା କରାଯାଇଥିବା ସେବା ଭବନର ଉଦଘାଟନ କରିବା ଅବସରରେ ସଂଘ ପ୍ରମୁଖ ଏହା କହିଥିଲେ । ସେ କହିଥିଲେ ଯେ, ସଂକଟ ସମୟରେ କାହାରିକୁ ନା କାହାରକୁ ଛିଡା ହେବାକୁ ପଡିଥାଏ । ଯେତେବେଳେ ସମାଜ ସଙ୍କଟରେ ପଡିଥାଏ, ସମାଜରେ କିଛି କରିବା ଭଳି ଲୋକ ମଧ୍ୟ ରହିଥାନ୍ତି । ସଂଘର ପ୍ରେରଣାରେ ଦେଶରେ ଅଗଣିତ ସେବା କାର୍ଯ୍ୟ ଜାରୀ ରହିଛି ଏବଂ ଜନକଲ୍ୟାଣ ସମିତିର କାର୍ଯ୍ୟ ତନ୍ମଧ୍ୟରୁ ଅନ୍ୟତମ ଏବଂ ଶ୍ରେଷ୍ଠ ଅଟେ ।
