ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ କରିବେ ରୋଡ୍ ଶୋ
ବରଗଡ଼ : ଆଜି ବରଗଡ଼ ଜିଲାକୁ ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସକାଳ ୧୦ଟା ୪୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିବା ପରେ ସେଠାରୁ ହେଲିକ୍ୟାପ୍ଟର ସାହାଯ୍ୟରେ ୧୦ଟା ୫୫ ମିନିଟରେ ସୋହେଲା ସ୍ଥିତ ହଲଦିପାଲୀ ପଡ଼ିଆରେ ପହଞ୍ଚିବେ । ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଲୋକାର୍ପଣ କରିବେ । ସୋହେଲା ହଳଦୀ ପାଲିରୁ ଆରମ୍ଭ ହୋଇଥିବା ଏହି ରାସ୍ତା କଳାହାଣ୍ଡି ଜିଲ୍ଲା ଆମ୍ବପାଣି ପର୍ଯ୍ୟନ୍ତ ଦୀର୍ଘ ୩୭୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ତେଣୁ ହଳଦୀ ପାଲିରେ ଏହାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ନୂତନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର , ବିଭିନ୍ନ ନାଳ ଉପରେ ସେତୁ,ଆଦର୍ଶ ବିଦ୍ୟାଳୟ ଗୃହ ,ରାସ୍ତା ପ୍ରଶସ୍ତିକରଣ, ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ପରି ବିଭିନ୍ନ ୨୩୪ ଟି ପ୍ରକଳ୍ପ ଯାହାର ମୋଟ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଛି ତାର ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ କରିବେ।
ଏହା ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଏକ ସ୍ବତନ୍ତ୍ର ବସରେ ବାହାରି ଘେଁସ ପର୍ଯ୍ୟନ୍ତ ରୋଡସୋ କରିବେ । ସେନେଇ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ,ସ୍ଥାନେ ସ୍ଥାନେ ବିଜୁ ଏକ୍ସପ୍ରେସ ରାସ୍ତାରେ ଚିତ୍ର ଶିଳ୍ପୀ ମାନେ ସମ୍ବଲପୁରୀ ସପ୍ଟ।ପର ଚିତ୍ର ଆଙ୍କିବା ସହ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ହଳଦୀ ପାଲି କାର୍ଯ୍ୟକ୍ରମ ପରେ ଘେଁସ୍ ପେଟୁପାଲିକୁ ପହଁଚି ସହିଦ ସଂଗ୍ରାମୀ କୁଞ୍ଜେଲ୍ ସିଂଙ୍କ ନାମରେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନର୍ ଉଦ୍ଘାଟନ କରିବେ। ଘେସଁ ସହିଦ ସଂଗ୍ରାମୀ ପୀଠ ରେ ପୁଷ୍ପ ମାଲ୍ୟ ଅର୍ପଣ କରିବେ ଓ ପରେ ସେଠାରୁ ସେ ହେଲିକ୍ୟାପ୍ଟର ସହାର୍ଯ୍ୟରେ ନୁଆପଡା ଅଭିମୁଖେ ବାହାରିବାର କାର୍ଯକ୍ରମ ରହିଛି ବୋଲି କହିଛନ୍ତି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ସୁରକ୍ଷା ଦୃଷ୍ଟି କୋଣରୁ ୪ ଜଣ ଆଡିସନାଲ ଏସପି , ୭ ଜଣ ଡିଏସ୍ପି ,୨୦ ଜଣ ଇନସ୍ପକେଟର୍ ,୧୦୦ ଜଣ ଏ ଏସଆଇ ଏବଂ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ବୋଲି ବରଗଡ଼ ଏସ୍ସିଙ୍କ ପ୍ରହ୍ଲାଦ ସାହାଇ ମୀନା ।
