୧୦ଟି ହୋଟେଲ ଉପରେ ଚଢାଉ, ୨୬ଟି ଘରୋଇ ସିଲିଣ୍ଡର ଜବତ
ଜୟପୁର : ଜୟପୁର ସହରରେ ବେଆଇନ ଭାବେ ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ଘରୋଇ ଗ୍ୟାସ ବ୍ୟବହୃତ କରୁଥିବା ଅଭିଯୋଗ ରେ ଚଢାଉ ହୋଇଛି । ଜୟପୁର ଉପଖଣ୍ଡ ପ୍ରଶାସନ ତରଫରୁ ଚଢାଉ କରାଯାଇଛି । ସହରରେ ୧୦ଟି ହୋଟେଲ ଓ ରେଷ୍ଟୁରାଂଟରେ ଚଢାଉ କରାଯାଇ ୭ଟି ହୋଟେଲରୁ ୨୬ ଟି ଘରୋଇ ସିଲିଣ୍ଡରକୁ ଜବତ କରାଯାଇଛି । ଏହି ଚଢାଉରେ ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନ, ଅସିଷ୍ଟାଣ୍ଡ କଲେକ୍ଟର ବାଲିଜି ପ୍ରସାଦ ବ୍ରହ୍ମା , ଅତିରିକ୍ତ ଜିଲା ଯୋଗାଣ ଅଧିକାରି ସୁଶିଳ କୁମାର ଜେନା, ଯୋଗାଣ ନିରିକ୍ଷକ ଦେବଶ୍ରୀ ମାର୍ଥା, ମୁରଲି ଧର ହାଁସା, ଆଦିତ୍ୟ ପ୍ରସାଦ ଦଳେଇ, ସହ ପୌର କର୍ମଚାରି ସହ ଟାଉାନ ପୋଲିସ ଉପସ୍ଥିତ ଥିଲେ ।
