ଦୁଇ ବାଇକ ମୁହାଁମୁହିଁ ଧକ୍କା, ୪ ଗୁରୁତର
ବାରିପଦା : ମୟୂରଭଂଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ସକାଳୁ ପ୍ରବଳ କୁହୁଡି ହୋଇଥିବା କାରଣରୁ ମୋରଡା ଥାନା ଅନ୍ତର୍ଗତ ଅସ୍ତିଆ ନିକଟରେ ବିପରିତ ଦିଗରୁ ଆସୁଥିବା ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଚିତ୍ରଡା ପଟୁ ଯାଉଥିବା ବାଇକରେ ଦୁଇ ଜଣ ଥିବାବେଳେ ବାରିପଦା ପଟୁ ଆସୁଥିବା ବାଇକରେ ମଧ୍ୟ ଦୁଇଜଣ ରହିଥିଲେ । ଉଭୟ ବାଇକ ଧକ୍କା ପରେ ଚାରି ଜଣ ଯାଜ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ବାରମାଇଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ତେବେ ଚାରି ଜଣ ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଭାଲିଆଡିହା ଗ୍ରାମର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ମୋରଡା ଥାନା ଅଧିକାରୀ ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁ ଥିବାର ଜଣାଯାଇଛି ।
