ନିଳାଗୁଡା ଜଙ୍ଗଲ ରେ ଅବକାରି ଚଢାଉ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଅବକାରି ଚଢାଉ ହୋଇଛି । ମଦ ମାଫିଆ ମାନେ ମଦ ପ୍ରସ୍ତୁତ କରୁଥିବା ସହ ଲୁଚାଇ ରଖିଥିବା ସୁଚନା ପାଇ ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ବହୁ ମଦ ଭାଟି ଭାଙ୍ଗିବା ସହ ୧୧ ଶହ ଲିଟର ପୋଚ ୬୦ ଲିଟର ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣା ସ୍ଥଳରୁ ମଦ ରନ୍ଦା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
