ନୂତନ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ
ଭୁବନେଶ୍ୱର : ରାଜ୍ୟର ନୂତନ ଉନ୍ନୟନ କମିଶନର ଭାବେ ୧୯୯୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀମତୀ ଅନୁ ଗର୍ଗ ଆଜି (ବୁଧବାର)ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀ କୁହାଯାଉଥିବା ଉନ୍ନୟନ କମିଶନର ହେବାରେ ଶ୍ରୀମତୀ ଗର୍ଗ ହେଉଛନ୍ତି ପ୍ରଥମ ମହିଳା ଆଇଏଏସ୍ । ତାଙ୍କ ପୂର୍ବରୁ ପ୍ରଦୀପ ଜେନା ଏହି ଦାୟିତ୍ୱରେ ଥିଲେ । ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ ଶ୍ରୀମତୀ ଗର୍ଗଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀମତୀ ଗର୍ଗ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ତାଙ୍କୁ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
