ଜାତୀୟ ଖେଳ ହକିକୁ ଜିଲ୍ଲାରେ ଲୋକପ୍ରିୟ କରିବା ପାଇଁ ଜିଲ୍ଳାପାଳଙ୍କ ଚେଷ୍ଟା
ଝାରସୁଗୁଡ଼ା : ଅପରାହ୍ନରେ ଝାରସୁଗୁଡା ଜିଲ୍ଳା ଡି.ଏମ.ଏଫ ସମ୍ମିଳନୀ ଗୃହରେ ଜିଲ୍ଳାପାଳ ସରୋଜ କୁମାର ସାମଲ ତଥା ହକି ଆସୋସିଏସନର ସଭାପତି ଙ୍କ ଅଧ୍ୟକ୍ଷତା ରେ ଝାରସୁଗୁଡା ଜିଲ୍ଳା ହକି ଆସୋସିଏସନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ଝାରସୁଗୁଡା ଜିଲ୍ଳା ବାଳକ, ବାଳିକା ହକି ଦଳ ଏକ ବିଶେଷ ପରିଚୟ ସୃଷ୍ଟି କରଛି । ଜିଲ୍ଳାରେ କିପରି ତୁରନ୍ତ ହକି ପଡିଆ ର କାର୍ଯ୍ୟ ଶେଷ ହେବ ସେଥିପାଇଁ ଜିଲ୍ଳାପାଳ ଗୁରୁତ୍ୱ ପ୍ରଦାନ କରି ଥିଲେ । ବର୍ତମାନ ରାଜ୍ୟ ସରକାର ଜାତୀୟ ହକି ଖେଳ କୁ ଗୁରୁତ୍ୱ ଦେଉ ଥିବା ବେଳେ ଝାରସୁଗୁଡା ଜିଲ୍ଳାପାଳ ଜିଲ୍ଳା ରେ ଥିବା ସ୍କୁଲ ଗୁଡିକରେ ହକି ଖେଳ କୁ ଲୋକ ପ୍ରିୟ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ସ୍କୁଲ ରେ ପିଲା ମାନଙ୍କୁ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଳା କ୍ରୀଡା ଶିକ୍ଷା ଅଧିକାରୀ ଡମ୍ପରୁଧର ପୁଜାରୀ ଙ୍କୁ ନିର୍ଦ୍ଧେଶ ଦେଇ ଥିଲେ । ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ପରୁଧର ପୂଝାରୀ,ପ୍ରକାଶ କରି ଥିଲେ ଯେ ଚଳିତ ମାସରେ ପ୍ରଥମ ଥର ଝାରସୁଗୁଡା ଜିଲ୍ଳା ସ୍କୁଲ ବାଳକ, ବାଳିକା ହକି ଦଳ ଜୁନିୟର ସର୍ବ ଜୁନିୟର ବିଭାଗରେ ରାଜ୍ୟ ସ୍କୁଲ ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଦଳକୁ ଜିଲ୍ଳାପାଳ ଶୁଭେଛା ଜଣାଇ ଥିଲେ । ଏହି ବୈଠକରେ ଝାରସୁଗୁଡା ହକି ଆସୋସିଏସନର ସଂପାଦକ ତଥା ଅତିରିକ୍ତ -ଜିଲ୍ଳାପାଳ ଲଙ୍ଗେଶ୍ୱର ଅମାତ ଜିଲ୍ଳାରେ ଥିବା ସରକାରୀ ଓ ବେସରକାରୀ ସ୍କୁଲ ମାନଙ୍କ ରେ ବାଳକ ଓ ବାଳିକା ମାନେ କିପରି ହକି ଖେଳ ରେ ଶିକ୍ଷା ଲାଭ କରିବେ ସେଥିପାଇଁ ଏକ ଯୋଜନା ଉପରେ ଆଲୋଚନା କରି ଥିଲେ । ଝାରସୁଗୁଡା ହକି ଆସୋସିଏସନର ସଭ୍ୟ ତଥା ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି ଚଳିତ ୨୦୨୩-୨୦୨୪ ବର୍ଷ ର ଖେଳସୂଚି ଉପସ୍ଥାପନ କରିବା ସହିତ ବଜେଟ୍ ଉପସ୍ଥାପନ କରି ଥିଲେ । ଆସନ୍ତା ଏପ୍ରିଲ ଓ ମେ ମାସ ସୁଦ୍ଧା ଉଭୟ ବାଳକ, ବାଳିକା ବର୍ଗରେ ସ୍କୁଲ ହକି , କଲେଜ ହକି ଓ କ୍ଳବ ହକି ମ୍ୟାଚ କରିବା ପାଇଁ ଜିଲ୍ଳାପାଳ ପ୍ରସ୍ତାବ ଅନୁମୋଦନ କରି ଥିଲେ । ବନହରପାଲି ଓପିଜିସି ଠାରେ ଏକ ଜୋନ କରି ସେଠାରେ ମ୍ୟାଚ କରିବା ପାଇଁ ଜିଲ୍ଳାପାଳ ପସ୍ତାବ କରି ଥିଲେ । ଯାହା ଫଳରେ ଲକ୍ଷଣପୁର ବ୍ଳକ ଓ ବ୍ରଜରାଜନଗର ଅଚଂଳର ବାଳକ, ବାଳିକା ମାନେ ଅଂଶ ଗ୍ରହଣ କରି ପାରିବେ । ଝାରସୁଗୁଡା ହକି ଆସୋସିଏସନର ଲାଇଫ ମେମ୍ବର ୨୦୦ ରୁ ଉର୍ଦ୍ଧ ହୋଇ ଥିବାରୁ ଜିଲ୍ଳାପାଳ ସନ୍ତୋଷ ପ୍ରକାଶ କରି ଥିଲେ । ଜିଲ୍ଳା କ୍ରୀଡା ଅଧିକାରୀ ଶୁଶିଳ କୁମାର ମିଶ୍ର ଖେଲୋ ଇଣ୍ଡିଆ ସେଣ୍ଡର ଝାରସୁଗୁଡା ରେ ହେବାକୁ ଯାଉ ଥିବା ସୂଚନା ପ୍ରଦାନ କରି ଥିଲେ । ଯନ୍ତ୍ରୀ ପ୍ରିୟଙ୍ଗାସାହୁ ,ଦୁଇ ମାସ ମଧ୍ୟରେ ହକି ପଡିଆ ଓ ଅଫିସ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ପ୍ରଦାନ କରି ଥିଲେ । ଏହି ବୈଠକରେ ଝାରସୁଗୁଡା ବି.ଡି.ଓ ପୂର୍ଣଚନ୍ଦ୍ର ଭୋଇ, ବିଜୟ ବେହେରା, ପ୍ରଜ୍ଜଳ ପଟେଲ, ମାନସ ଆଚାର୍ଯ୍ୟ ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । ଶେଷରେ ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ପରୁଧର ପୂଝାରୀ ଧନ୍ୟବାଦ ପ୍ରଦାନ କରି ଥିଲେ ।
