ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝର ଗଡଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ
କେନ୍ଦୁଝର : କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ପରମେଶ୍ୱର ମହାନ୍ତ, କେନ୍ଦୁଝର ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଆଗାମୀ ଦିନରେ କିଭଳି ବିଜ୍ଞାନର ଉପାଦେୟତା ବଢିଚାଲିଛି ଓ ଏହାର ପ୍ରଭାବରେ ଭବିଷ୍ୟତର ପୃଥିବୀ କିପରି ହେବାକୁ ଯାଉଛି ପିଲାମାନଙ୍କୁ ଜଣାଇଥିଲେ । ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା ଷଷ୍ଠ ଶ୍ରେଣୀ ବିଜ୍ଞାନ ପ୍ରଶ୍ନମଂଚରେ ଅନନ୍ୟା ଅଭିସାରିକା ସାହୁ, ଗୁନଗୁନ ନାୟକ, ଅର୍ଣ୍ଣବ ପ୍ରସାଦ ଚକ୍ର ଓ ସ୍ମୃତିରଂଜନ ଦାଶ, ପଂଚମ ଶ୍ରେଣୀର ପ୍ରତୀକ୍ଷା ପରିଣୀତା ସାହୁ, ପ୍ରିୟଙ୍କା ନାୟକ, ଅମିୟ କୁମାର ସେଠୀ, ଚତୁର୍ଥ ଶ୍ରେଣୀର ବୈଜ୍ଞାନିକ ବେଶ ପ୍ରତିଯୋଗିତାରେ ମଧୁମିତାଲି ସୋରେନ, ପ୍ରତୀକ ମହାନ୍ତ, ଆୟୁଷ ରଂଜନ ସାହୁ, ତୃତୀୟ ଶ୍ରେଣୀ ବୈଜ୍ଞାନିକ ବେଶରେ ସ୍ୱର୍ଣ୍ଣ ପୁଷ୍ପଶ୍ରୀ ସାହୁ, ଶ୍ରୀନିବାସ ପାଢୀ, ଶୁଭଶ୍ରୀ ମହାକୁଡ, ଅଷ୍ଟମ ଶ୍ରେଣୀ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ହିମାଦ୍ରୀ ତନୟା ବେହେରା, ଶୁଭଶ୍ରୀ ତନ୍ତୀ, ବିପ୍ରବର ସାହୁ, ସପ୍ତମ ଶ୍ରେଣୀର ଶ୍ରେୟାଶ୍ରୀ ରାଉତ, ଜ୍ୟୋତିର୍ମୟୀ ମହାନ୍ତ, ଅନିକେଶ ପ୍ରିୟଦର୍ଶନ, ବିଜ୍ଞାନ ପ୍ରକଳ୍ପରେ ଆର୍ୟନ ପ୍ରଧାନ, ଅନ୍ତର୍ଯ୍ୟାମୀ ରାଉଳ, ଡି ହରିଶଙ୍କର ସୂର୍ଯ୍ୟ ବଂଶୀ ରାଉତ, ସତ୍ୟପ୍ରକାଶ ସାହୁ କୃତକାର୍ଯ୍ୟ ହୋଇ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସହ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତଙ୍କ ସହିତ ବିଜ୍ଞାନ ବିଭାଗର ମନୋରଞ୍ଜନ ପରିଡା, ବିଶ୍ୱବନ୍ଦିତା ଦାସ, ସତ୍ୟପ୍ରିୟ ମହାନ୍ତି, ଅମୂଲ୍ୟ ରାଉତ, ହରିପ୍ରିୟା ଓଝା ଓ ବିଶ୍ୱବନ୍ଦିତା ଦାସ, କୁଳମଣି ମହାନ୍ତ ପ୍ରମୁଖ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
