କୁଲଡିହା ବନ ବିଭାଗ ପାଇଁ ଚିନ୍ତାର ବିଷୟଅସୁସ୍ଥ ଦନ୍ତାର ଦାନ୍ତ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି
ନୀଳଗିରି : କିଛି ମାସ ମଧ୍ୟରେ କୁଲଡିହା ଅଭୟାରଣ୍ୟ ମଧ୍ୟରେ ୫ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ସୋମବାର ଦିନ ଅଭୟାରଣ୍ୟ ରେ ପୁଣି ଏକ ୪ବର୍ଷର ମାଈ ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ପୁଣି ଏକ ଅସୁସ୍ଥ ଦନ୍ତାହାତୀଟି ଖୁମକୁଟ ଅଂଚଳରେ ବୁଲୁଥିବା ବେଳେ ଦନ୍ତାର ଦାନ୍ତ ଉପରେ ଏବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବାର ଶୁଣିବାକୁ ମିଳୁଛି । ଗତକାଲି ୪ବର୍ଷର ମାଈ ହାତୀଟିର ମୃତ ଦେହକୁ ତରବରିଆ ଭାବେ ବନବିଭାଗ ପୋଡ଼ି ଦେଇଥିବା ବେଳେ କାଳେ ବନବିଭାଗର ଅପାରଗତା ପଦାକୁ ବାହାରି ଆସିବ ସେଥିପାଇଁ ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଫରେଷ୍ଟର ଗାର୍ଡମାନଙ୍କୁ ବ୍ୟାରିକେଡ କରାଇ ଛଡ଼ା ଯାଇ ନ ଥିଲା । ମୃତ ମାଈ ହାତୀଟି ଅସୁସ୍ଥତା ପାଇଁ ବନବିଭାଗ ଡିଡିମ୍ବ ପିଟୁଥବା ବେଳେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ି ନାହିଁ । ଅନ୍ୟ ଉକ୍ତ ଏରିଆର ଏକ ବିରାଟକାୟ ଦନ୍ତାହାତୀଟି ଅସୁସ୍ଥତା କାରଣରୁ ବୁଲୁଥିବା ବେଳେ ତାର ଦାନ୍ତ ଉପରେ ଶିକାରୀଙ୍କ ତୀକ୍ଷଣ ଦୃଷ୍ଟି ରହିଥିବାରୁ କୁଲଡିହା ବନବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ବନ ବିଭାଗ ପକ୍ଷରୁ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଚାଲିଥିବା ବେଳେ ତାପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । ଖବର ଲେଖିବା ବେଳକୁ ଅସୁସ୍ଥ ଦନ୍ତାହାତୀକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସକ ଯାଇଥିବା ସୂଚନା ମିଳିଛି ।
