ଷଷ୍ଠ ବାର୍ଷିକ ଜେପିଏଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ସଂଜୟ ଫାଇଟର ଟିମ ଚମ୍ପିୟାନ
ବାରିପଦା : ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ସଂଜୟ ଫାଇଟର ଟିମ ଟୋକସିକ ଥଣ୍ଡର ଟିମକୁ ୩୫ ରନରେ ପରାସ୍ତ କରି ଏ ବର୍ଷର ଚମ୍ପିୟାନ ହୋଇଛି ଓ ପ୍ରଥମେ ବ୍ୟାଟିଂ କରି ସଂଜୟ ଫାଇଟର ୧୦ ଓଭରରେ ୧ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଅବିନାଶ ରଥ ୭୨, ବିଜୟ ମୁଣ୍ଡା ୭୦ ଓ ସଂଜୟ ଧୀର ୨୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଜ୍ୟୋତି ପ୍ରକାଶ ରଥ ଏକ ମାତ୍ର ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ଟୋକସିକ ଥଣ୍ଡର ୧୦ ଓଭରରେ ୫ ଉଇକେଟ ହରାଇ ୧୪୭ରନ ସଂଗ୍ରହ କରିପାରିଥିଲେ ଓ ଦଳ ପକ୍ଷରୁ ନିମାଁୟ ସୋରେନ ସର୍ବାଧିକ ୫୯ ଓ ସୋନୁ ସିଂ ୨୯ ରନ ସଂଗ୍ରହ କରିଥିଲେ ଓ ବିଜୟ ମୁଣ୍ଡା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଭାବେ ସଂଜୀବ କୁମାର ମହାପାତ୍ର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରିତମ କୁମାର ବେହେରା, ଶ୍ରେଷ୍ଠ ଫିଲଡର ଭାବେ ଲମ୍ବୋଦର ମହାନ୍ତ ଓ ଶ୍ରେଷ୍ଠ ଭଲ୍ୟୁଂଟର ଭାବେ ଆଲୋକ ରଂଜନ ପୁହାଣ ପୁରସ୍କୃତ ହୋଇଥିଲେ ଓ ମନୋଜ କୁମାର ନାଏକ ଓ ଭବାତୋଷ ଶେଜପଡା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ସମର ପରିଡା ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ପ୍ରବୀର ତେଲେଙ୍ଗା ଧାରା ବିବରଣୀ ପ୍ରଦାନ କରିଥିଲେ ଓ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମର କୁମାର ସେଠି ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସଭାପତି କାମିନୀକାନ୍ତ ପରିଡା, ଉପ ସଭାପତି ମନୋଜ ନାଏକ ଓ ସମ୍ପାଦକ ପ୍ରକାଶ ସିଂ ଓ ଶିବ ଶଙ୍କର ଟୁଡୁ ଉପସ୍ଥିତ ଥିଲେ ଓ ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୮ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I
