‘ନାରୀ ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନ, ସମସାମୟିକ ଧାରା ଓ ତା’ର ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ର
ବାଲେଶ୍ୱର : ବାଲେଶ୍ୱର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ‘ନାରୀ ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନ, ସମସାମୟିକ ଧାରା ଓ ତା’ର ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।
ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁବ୍ରତା ଦେବାଙ୍ଗନା ସଭାପତିତ୍ୱ କରିଥିଲେ । ପ୍ରଦୀପ ପ୍ରଜ୍ୱଳନରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଫେସର ଝାନ୍ସି ଜେନା ଓ ପ୍ରଫେସର ରମାକାନ୍ତ ଦ୍ୱିବେଦୀଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋରଞ୍ଜନ ଦାସ ଯୋଗଦେଇ ନାରୀଶିକ୍ଷା ଓ ସାମାଜିକ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଫେସର ଝାନ୍ସି ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ରମାନାଥ ଦ୍ୱିବେଦୀ ବିଷୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା ସୁଦିପ୍ତା ଦତ୍ତ ଧନ୍ୟବାଦ ଦେଇଥିଲେ ।
