ବାରିପଦାରେ କୁଡୁମି ମହାସମାବେଶ ଓଡିଶା ସରକାର କୁଡୁମିଙ୍କୁ ଏସ.ଟି. ତାଲିକାରେ ସାମିଲ ପାଇଁ କେନ୍ଦ୍ରକୁ ସୁପାରୀଶ କରିବା ଦାବୀ
କୁଡୁମୀଙ୍କୁ ଟିକଟ ଦେଉ ନଥିବା ଦଳକୁ ଆଗାମୀ ନିର୍ବାଚନରେ ବୟକଟ କରାଯିବ
ବାରିପଦା : ସ୍ଥାନୀୟ ଛଉ ପଡିଆ ଠାରେ କୁଡୁମି-ମହାନ୍ତ ମହାସଭା ପକ୍ଷରୁ କୁଡୁମି ଅଧିକାର ଓ ସାଂସ୍କୃତିକ ମହା ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ମଧୁବନ ଷ୍ଟାଡିୟମ ପଡିଆରୁ ନୃତ୍ୟବାଦ୍ୟର ତାଳେତାଳେ ଏକ ଶୋଭାଯାତ୍ରାରେ ହଜାରହଜାର ସଂଖ୍ୟାରେ କୁଡୁମୀ ମାନେ ସହର ପରିକ୍ରମା କରି ଛଉପଡିଆରେ ପହଂଚିବା ପରେ ମହାସମାବେଶର କାର୍ଯ୍ୟକ୍ରମ ସଂଯୋଜକ ଛୋଟେଲାଲ ମହାନ୍ତଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନକ୍ରମେ ଏବଂ ରାଜ୍ଯସଭାପତି ଅଧ୍ୟାପକ ଗୋପବନ୍ଧୁ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମବଙ୍ଗର ମନ୍ତ୍ରୀ ଶ୍ରୀକାନ୍ତ ମହାନ୍ତ, ମୁଖ୍ୟ ବକ୍ତା ଜାମସେଦପୁରର ପୂର୍ବତନ ସାଂସଦ ଶୈଳେନ୍ଦ୍ର ମାହାତ, ବିଶିଷ୍ଟ ଅତିଥି ଭାବରେ କେନ୍ଦ୍ରୀୟ ଆଦିବାସୀ କୁଡୁମୀ ସାମାଜର ଅଜିତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ବକ୍ତା ଭାବରେ ହରମନ ମହାନ୍ତ, କୁଡୁମୀ ମହାନ୍ତ ମହାସଭାର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ସରକାର କୁଡୁମୀ ଜାତିକୁ ଏସଟି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ରକୁ ଦୀର୍ଘବର୍ଷ ଆଗରୁ ସୁପାରିଶ କରିଥିଲେ ମଧ୍ୟ ଓଡିଶା ସରକାର ସୁପାରିଶ କରିବାକୁ ପଛଘୁଂଚା ଦେଉଥିବାରୁ ତୁରନ୍ତ ଓଡିଶା ସରକାର କେନ୍ଦ୍ରକୁ ସୁପାରୀଶ କରିବା ଏବଂ କେନ୍ଦ୍ର ସରକାର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ତଥା ଓଡିଶାର କୁଡୁମି ମାନଙ୍କୁ ଏସ.ଟି. ତାଲିକା ଭୁକ୍ତ କରିବା ପାଇଁ ନିୟମ ପାରିତ କରିବାକୁ ଦାବୀ ଉପସ୍ଥାପନ କରିବା ସହ ଯେଉଁ ରାଜନୈତିକ ଦଳ କୁଡୁମିକୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେବ ନାହିଁ ତାକୁ ଆଗାମୀ ନିର୍ବାଚନରେ ବୟକଟ କରାଯିବ ବୋଲି କୁହାଯାଇଛି । ଏଥି ସହିତ କୁଡ଼ମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯିବା, ଝୁମର ଏକାଡେମୀ ସ୍ଥାପନ କରାଯିବା, କୁଡୁମୀଙ୍କର ଆର୍ôଥକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ଯାକେଜ ଦିଆଯିବା ଆଦି ଦାବୀ ଉପସ୍ଥାପନ କରାଯାଇଛି । ଅନ୍ୟ ବକ୍ତା ମାନଙ୍କ ମଧ୍ୟରେ ଓଡିଶା କୁଡୁମୀସେନା ସଭାପତି ଦିବ୍ୟ ସିଂ ମହାନ୍ତ, ଆଦିବାସୀ କୁଡୁମୀ ସାମାଜ ରାଜ୍ୟ ସଭାପତି ମନୋଜ କୁମାର ମହାନ୍ତ, ପଶ୍ଚିମବଙ୍ଗର ବାଦଲ ମହାନ୍ତ, ମୋରଡ଼ା ବ୍ଲକ ଉପାଧ୍ୟକ୍ଷା ଜେମାମଣି ମହାନ୍ତ, କ୍ଷୀରୋଦ ମହାନ୍ତ, ସାମାଜସେବୀ ଶିଶିର ମହାନ୍ତ, ଯୁବ ସାମାଜସେବୀ ରଂଜନ କୁମାର ମହାନ୍ତ, ଆଦିବାସୀ କୁଡୁମୀ ସାମାଜର ମୋରଡ଼ା ବ୍ଲକ ସଭାପତି ବୁଲୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ, ଜିଲ୍ଲା ସଭାପତି ପଦ୍ମଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
