ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା କଣ୍ଟେନର, ୩ ଆହତ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗୁଡ଼ିଖାଳ ଛକ ନିକଟରେ ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା କଣ୍ଟେନର । ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ପୁରୀରୁ ଚନ୍ଦନେଶ୍ୱର ଅଭିମୁଖେ ସାୟାନ ନାମକ ଏକ ତୀର୍ଥଯାତ୍ରୀ ବସ୍ (ନଂ. ଓଡ଼ି୦୧ଏଆର-୨୦୫୫) ଯାଉଥିଲା । ବସ୍ରେ ୪୮ଜଣ ତୀର୍ଥଯାତ୍ରୀ ଥିଲେ । ବସ୍ଟି ଗୁଡ଼ିଖାଳ ନିକଟରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଲା ଏକ ମେଡ଼ିସିନ୍ ବୋଝେଇ କଣ୍ଟେନର (ନଂ. ଏମ୍ଏଚ୍୪୩ବିଏକ୍ସ-୮୬୧୩) । ଫଳରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବରପାଇ ଅମର୍ଦ୍ଦା ଫାଣ୍ଡି ଓ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଯାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍ ଓ କଣ୍ଟେନରକୁ ପୋଲିସ ହେପାଜତରେ ରଖାଯାଇଛି ।
