ମୋବାଇଲ ଚୋରି ମାମଲାରେ ଜଣେ ଗିରଫ
ଜୟପୁର : ମୋବାଇଲ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଛୋଟାଗୁଡାର ଚୈତନ୍ୟ ହରିଜନ ଏଲିୟସ ପେଟୁ । ପୋଲିସ ସୂଚନା ଅନୁଯାଇ ଜୟପୁର ବସଷ୍ଟାଣ୍ଡରୁ ଏକ ନୁଆ ମୋବାଇଲ ପେକେଟ ଚୋରି ହୋଇଥିଲା । ଏନେଇ ଟାଉନ ପୋଲିସରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଛୋଟାଗୁଡାରୁ ଅଭିଯୁକ୍ତକୁ ଗିରଫ କରି ୧୦ଟି ନୁଆ ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।
